ନବସେତୁ ନ୍ୟୁଜ୍ବ ବଲାଙ୍ଗୀର:
ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦ୍ୟୁତୀରଞ୍ଜନ ମହାଲିଙ୍ଗ ସଭାପତିତ୍ଵ କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏସ୍.ଏମ୍.ସି କମିଟି ସଭାପତି ଶ୍ରୀ ସରୋଜ କୁମାର ମେଶ୍ଵା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ପରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ମିଳିତ ଭାବେ ଜାତୀୟ ସଂଗୀତ ଗାନ କରିଥିଲେ।
ଏହି ଅବସରେ ସମ୍ମାନିତ ଅତିଥି ଭାବେ ଶ୍ରୀ ଅବତାର ହୁସେନ ନାସିର ଖାନ ଉପସ୍ଥିତ ଥିଲେ। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଛାତ୍ରଛାତ୍ରୀମାନେ ଦେଶଭକ୍ତି ଗୀତ, ବକ୍ତୃତା ଓ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ବକ୍ତାମାନେ ସ୍ଵାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଏବଂ ଶିକ୍ଷା ମାଧ୍ୟମରେ ଦେଶଗଠନରେ ଯୁବପିଢିର ଭୂମିକା ଉପରେ ଆଲୋଚନା କରିଥିଲେ।
ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ମହାଲିଙ୍ଗ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।
ନବସେତୁ ନ୍ଯୁଜ, ବଲାଙ୍ଗୀର 🇮🇳