ଏସ ପି ଓ ପୋଲିସ ଅଧିକାରୀ ଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି……….
ବଲାଙ୍ଗୀରରେ ବୃଦ୍ଧି ପାଉଥିବା ଚୋରି, ଡକାୟତି, ଅପରାଧ ଓ ଦୁର୍ଘଟଣା ଜନିତ ସମସ୍ୟାକୁ ବଲାଙ୍ଗିର ଜିଲ୍ଲା ସିଭିଲ ସୋସାଇଟି ସ୍ଥାନୀୟ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ସହ ଆଲୋଚନା ହୋଇଥିଲା l ବିଶେଷକରି ଇତିମଧ୍ୟର କେତେକ ଅପରାଧୀ ମାନଙ୍କୁ ଧରିବା ସହ ଉଦ୍ଧାର କାର୍ଯ୍ୟ ସଫଳତାର ସହ କରିଥିବାରୁ ସିଭିଲ ସୋସାଇଟି ତରଫରୁ ପ୍ରଶଂସା କରାଯାଇଥିଲା l ଆଗକୁ ମଧ୍ୟ ଏପରି କାର୍ଯ୍ୟ ସମସ୍ତଙ୍କ ପାଇଁ ପୋଲିସ କରିବ ବୋଲି ସୋସାଇଟି ଆଶା ପ୍ରକାଶ କରିଥିଲା l ସେହିପରି ନିଶାଦ୍ରବ୍ୟ କାରବାର, ଟ୍ରାଫିକ ସମସ୍ୟା, ଉଚ୍ଚସ୍ୱର ଓ ବେଗରେ ଗାଡି ଚଲେଇବା ଏବଂ ଆଗାମୀ ଦଶହରା ପାର୍ବଣ ପାଇଁ ଆଗୁଆ ସତର୍କତା ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା l ଏ ସମ୍ୱନ୍ଧରେ ଏକ ଦାବି ପତ୍ର ସ୍ଥାନୀୟ ଏସ ଡି ପି ଓ ସରୋଜ କୁମାର ଉପାଧ୍ୟାୟ ଟାଉନ ଥାନାଧିକାରୀ ଅବନୀ ସାହୁ, ପୁଇଁତଲା ଥାନାଧିକାରୀ ସଞ୍ଜୟ କୁମାର ରାଉତରାୟ ଓ ଲଖମୀ ଯୋର ଥାନାଧିକାରୀ ସଞ୍ଜୟ ସାହୁ ଙ୍କୁ ପ୍ରଦାନ କରାଯାଇଥିଲା l ଆଲୋଚନାରେ ସୋସାଇଟି ତରଫରୁ ଆବାହକ ଇଂ ବେଲାରସିଂ ଭୋଇ, ସଂଯୋଜକ ମନୋରଞ୍ଜନ ସାହୁ, ମନୋରଞ୍ଜନ ମିଶ୍ର, ଦିବାକର ହୋତା ଓ ଅରୁଣ ନାଥ ପ୍ରମୁଖ ଅଂଶଗ୍ରହଣ କରିଥିଲେ l