ଆଜି ତାଜ୍ ସୁର ସଂଗମ ପ୍ରଯୋଜିତ ନିସାର ଅହମ୍ମଦ ନିସାର ଙ୍କ ରଚିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ କୋଶଳୀ ଷୁଦ୍ର ଚଳଚ୍ଚିତ୍ର ‘ପ୍ରେମ ସାଗର ‘ ସ୍ଥାନୀୟ ବ୍ଲକ କନଫରେନ୍ସ ହଲ, ଲୋଇସିଂହା ଠାରେ ଏକ ସୁନ୍ଦର ପରିବେଶ ମଧ୍ୟରେ ଉନ୍ମୋଚିତ ହୋଇ ଯାଇଛି । ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ନରେନ୍ଦ୍ର କୁମାର ହୋତା, ମୂଖ୍ୟ ବକ୍ତା ଭାବେ ଅଶୋକ ମେହେର,ସମ୍ମାନୀତ ଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ,ଡ.ଘାଷିରାମ ମିଶ୍ର, ରେଲୱେ ଜୋନ ସମ୍ବଲପୁର ରୁ କବି ଗଦାଧର ନିଆଲ, ସନ୍ଥ ଚଳଚ୍ଚିତ୍ର ନିର୍ଦ୍ଦେଶକ ନନ୍ଦ କାହ୍ନା ପୁଝାରୀ, ସ୍ଥାନୀୟ ବିଡିଓ ପାଣି ଟୁଡୁ ଯୋଗ ଦେଇଥିଲେ । ଜ୍ୟୋତିପ୍ରକାଶ ସାହୁ ସଭା କାର୍ଯ୍ୟ କୁ ସୂଚାରୁ ରୂପେ ସମ୍ପାଦନ କରିଥିଲ ।ସମସ୍ତକଳାକାର,ପ୍ରଯୋଜକ,ଟେକନିସିଏନ ସମସ୍ତ ଙ୍କୁ ସମ୍ୱର୍ଦ୍ଧିତ କରା ଯାଇଥିଲା ଓ ପରେ ପରେ ସିନେମା ପ୍ରଦର୍ଶିତ କରା ଯାଇଥିଲା ।ସମାଜରେ ନୁଆ ପିଢ଼ି ପିଲା ମାନେ ସଂସ୍କାରୀ ହେବାର କେତେ ଆବଶ୍ୟକ ଅଛି ତଥା ହିନ୍ଦୁ ମୁସଲିମ୍ ଭାଇଚାରା କୁ ଶ୍ରେଷ୍ଠତା ଭାବରେ ଦର୍ଶା ଯାଇଅଛି ।ଶେଷରେ ଅନୁଷ୍ଠାନ ର ସମ୍ପାଦକ ସରୋଜ କୁମାର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।