ନବସେତୁ ନ୍ୟୁଜ୍ – ଭୁବନେଶ୍ୱର
ଭୁବନେଶ୍ୱର, ୦୨/୦୯/୨୦୨୬: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ‘ବିଦେଶ ଶିକ୍ଷ୍ୟାବୃତ୍ତି’ ପାଇଁ ଆବେଦନର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପୂର୍ବରୁ ଶେଷ ତାରିଖ ସେପ୍ଟେମ୍ବର ୧ ଥିବା ବେଳେ ଏବେ ତାହାକୁ ସେପ୍ଟେମ୍ବର ୧୮, ୨୦୨୬ ଯାଏଁ ବୃଦ୍ଧି କରାଯାଇଛି।
ଛାତ୍ରଛାତ୍ରୀମାନେ OSS ପୋର୍ଟାଲ – http://scholarship.odisha.gov.in ମାଧ୍ୟମରେ ଆବେଦନ କରିପାରିବେ।
କ’ଣ ଏହି ଯୋଜନା?
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା (MMCPY) ଅଧୀନରେ ରାଜ୍ୟ ସରକାର ଏହି ବର୍ଷଠାରୁ ‘ବିଦେଶ ଶିକ୍ଷ୍ୟାବୃତ୍ତି’ ଆରମ୍ଭ କରିଛନ୍ତି। ଏହା ଅଧୀନରେ ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ମେଧାବୀ ଛାତ୍ରଛାତ୍ରୀମାନେ ବିଶ୍ୱର ଶ୍ରେଷ୍ଠ Top 200 QS Ranking ବିଶ୍ୱବିଦ୍ୟାଳୟରେ PG ଏବଂ PhD କରିପାରିବେ।
ମୁଖ୍ୟ ବିବରଣୀ:
ସିଟ୍ ସଂଖ୍ୟା: ପ୍ରତିବର୍ଷ ୫୦ ଜଣ SC/ST ଛାତ୍ରଛାତ୍ରୀ
ଆର୍ଥିକ ସହାୟତା: ବର୍ଷକୁ ସର୍ବାଧିକ ୨୫ ଲକ୍ଷ ଟଙ୍କା (ଟ୍ୟୁସନ ଫି ୧୫ ଲକ୍ଷ, ରହଣି ଖର୍ଚ୍ଚ ୭ ଲକ୍ଷ, ଅନ୍ୟାନ୍ୟ ୩ ଲକ୍ଷ), ସର୍ବମୋଟ ୫୦ ଲକ୍ଷ ଯାଏଁ
ଯୋଗ୍ୟତା: ଓଡିଶାର ସ୍ଥାୟୀ ବାସିନ୍ଦା, SC/ST ବର୍ଗ, ପାରିବାରିକ ବାର୍ଷିକ ଆୟ ୧୨ ଲକ୍ଷ ଭିତରେ, ଶେଷ ପରୀକ୍ଷାରେ ସର୍ବନିମ୍ନ ୬୫% ମାର୍କ
ଶୈକ୍ଷିକ ବର୍ଷ: ୨୦୨୫-୨୬ (Dec 2025-Jan 2026) ଏବଂ ୨୦୨୬-୨୭ ପାଇଁ ଆବେଦନ ଚାଲିଛି
ଉଚ୍ଚଶିକ୍ଷା ବିଭାଗ କହିଛି ଯେ, ଅଧିକ ଯୋଗ୍ୟ ଛାତ୍ରଛାତ୍ରୀ ଆବେଦନ କରିପାରିବେ ସେଥିପାଇଁ ତାରିଖ ବଢାଯାଇଛି। ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡା ନ କରି ତୁରନ୍ତ ଆବେଦନ କରନ୍ତୁ।
ଅଧିକ ସୂଚନା ପାଇଁ ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍ ଦେଖନ୍ତୁ।