ବିଷୟ: ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଦାବିରେ ତ୍ରିରଙ୍ଗା ଯାତ୍ରାରେ ଯୋଗଦାନ ପାଇଁ ନିବେଦନ।
ପ୍ରିୟ ଓଡ଼ିଶାବାସୀ,
ଆଜି ଓଡ଼ିଶା ଏକ ଭୟଙ୍କର ବିପଦ ମୁହଁରେ ଛିଡା ହୋଇଛି। ଗାଁ ଗାଁରେ ମଦ, ଗଞ୍ଜେଇ, ଗୁଟଖା, ବ୍ରାଉନ ସୁଗାର ଆମ ଯୁବ ପିଢ଼ିକୁ ଗ୍ରାସ କରୁଛି। ପରିବାର ଭାଙ୍ଗୁଛି, ଅର୍ଥନୀତି ନଷ୍ଟ ହେଉଛି, ଅପରାଧ ବଢୁଛି। ଏହି ସମୟରେ ଚୁପ୍ ରହିବା ପାପ।
ତେଣୁ ମିଳିତ ଓଡ଼ିଶା ନିବାରଣ ଅଭିଯାନ (MONNA) ପକ୍ଷରୁ “ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା” ଦାବିରେ ଏକ ବିଶାଳ “ତ୍ରିରଙ୍ଗା ଯାତ୍ରା” ର ଆୟୋଜନ କରାଯାଉଛି।
ଆମର ନାରା:
“ଜାନ ଖୋଲିକରି ଶୁଣ ସରକାର, ମଦ ଆମର ନାହିଁ ଦରକାର”
“ଆମର ସଂକଳ୍ପ: ମଦମୁକ୍ତ ପଞ୍ଚାୟତ…. ମଦମୁକ୍ତ ଓଡ଼ିଶା”
‘ନିଶା ହଟାଅ, ଦେଶ ବଞ୍ଚାଅ’
ଏହି ଯାତ୍ରାରେ ଆପଣଙ୍କ ଯୋଗଦାନ କାହିଁକି ଜରୁରୀ?
୧. ଆପଣ ଗୋଟିଏ ପରିବାରକୁ ନିଶା କବଳରୁ ବଞ୍ଚାଇ ପାରିବେ
୨. ଆପଣଙ୍କ ଗାଁ/ୱାର୍ଡକୁ ମଦମୁକ୍ତ କରିବା ପାଇଁ ସ୍ୱର ଉଠାଇ ପାରିବେ
୩. ଗାନ୍ଧିଜୀ ଓ ଉତ୍କଳମଣିଙ୍କ ସ୍ୱପ୍ନର ଓଡ଼ିଶା ଗଢ଼ିବାରେ ସହଯୋଗ କରିପାରିବେ
ଆମର ବିନମ୍ର ଅନୁରୋଧ:
- ଆସନ୍ତୁ, ଏହି ତ୍ରିରଙ୍ଗା ଯାତ୍ରାରେ ପାଦରେ ପାଦ ମିଳାନ୍ତୁ
- ନିଜ ଗାଁ, ବ୍ଲକ, ଜିଲ୍ଲାରେ ଏହି ଯାତ୍ରାର ଆୟୋଜନ କରନ୍ତୁ
- ଆପଣଙ୍କ ସ୍ଥାନ: ଗାନ୍ଧୀ ଭବନ, ଗାନ୍ଧୀ ମୁର୍ତ୍ତୀ ସାମନା__ ତାରିଖ: *୦୨/୧୦/୨୦୨୬, ଶୁକ୍ରବାର ଦିନ_*ସମୟ ସକାଳ ୮ ଟା ରେ_ ରେ ଯୋଗ ଦିଅନ୍ତୁ
ଏହା କୌଣସି ଦଳର ନୁହେଁ, ଏହା ସମସ୍ତ ଓଡ଼ିଆଙ୍କ ଅଭିଯାନ। ଆପଣଙ୍କ ଗୋଟିଏ ପାଦ ଓଡ଼ିଶାକୁ ନିଶାମୁକ୍ତ କରିପାରେ।
ବିନୀତ,
*ନ୍ୟାୟବନ୍ଧୁ ଟ୍ରଷ୍ଟ, ବଲାଙ୍ଗିର ଓ MONNA ପରିବାର।


