
ବଲାଙ୍ଗିର, ୦୩/୧୦/୨୦୨୬: ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଏକ ଅନୁକରଣୀୟ ସାମାଜିକ କାର୍ଯ୍ୟ କରାଯାଇଛି। ସଂଗଠନର ସଭାପତି ଶ୍ରୀମତୀ ସବିତା ନନ୍ଦଙ୍କ ସଭାପତିତ୍ୱ ଓ ମଧ୍ୟସ୍ଥତାରେ ଏକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପରେ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି।
ସୋନପୁର ଜିଲ୍ଲା ଗଣେଶପୁର ଗ୍ରାମର ଦେବେନ୍ଦ୍ର ଛତର ଏବଂ ବରଗଡ଼ ଜିଲ୍ଲା ଜୁଲଟ ଗ୍ରାମର ଯୋଗେଶ୍ୱରୀ କୁମ୍ଭାରଙ୍କୁ ସାମାଜିକ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ କରାଯାଇଛି।
ଏହି ଅବସରରେ ସାମାଜିକ ପରାମର୍ଶଦାତା ସତ୍ୟାନନ୍ଦ ସୁନା, ଭୁବନ ନାଗ, ଦଣ୍ଡୁଆ କୁମ୍ଭାର, ଲୋକନାଥ ସୁନା, ଜ୍ୟୋତିଷ ମୁଗ୍ରୀ, ସୀତାରାମ କୁମ୍ଭାର, ସତ୍ୟନାରାୟଣ ଭୋଇ, ସରୋଜ ମେଶ୍ୱା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ନେତ୍ରାନନ୍ଦ ନାଗ, ଝସକେତନ ମହାନନ୍ଦ, ବବିତା ମେହେର ପ୍ରମୁଖ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।
ସାମାଜିକ ସମନ୍ୱୟ ଓ ପରିବାର ସମ୍ମତିର ଏହି ପ୍ରୟାସକୁ ଉପସ୍ଥିତ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।



Thank you NABASETU NEWS