ପୁଇଁନ୍ତଲା: ପୁଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଚତୁର୍ଥ ମାସିକ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜୁହ୍ନାପଦର ଠାରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ ଆବାହକତ୍ୱରେ ଓସେପା, ଓଡ଼ିଶାଙ୍କ ପତ୍ର ସଂଖ୍ୟା-୧୧୦୧୬, ତା.୨୯.୦୯.୨୦୨୬; ଟିଇ ଓ ଏସସିଇଆରଟି, ଓଡ଼ିଶାଙ୍କ ପତ୍ର ସଂଖ୍ୟା-୬୦୭୮, ତା.୨୨.୦୯.୨୦୨୬ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପୁଇଁନ୍ତଲାଙ୍କ ଆଦେଶ ସଂଖ୍ୟା-୨୦୦୬, ତା.୦୧.୧୦.୨୦୨୬ ମୁତାବକ ଅକ୍ଟୋବର ୨୦୨୬ ମାସର କାର୍ଯ୍ୟସୂଚୀ ଅନୁସାରେ ଏହି ବୈଠକ ଆୟୋଜିତ ହୋଇଥିଲା।
ବୈଠକରେ ସିଆରସିସି ପ୍ରମୋଦ କୁମାର ପଟେଲ ଓ ଶିକ୍ଷକ ଅଶ୍ୱିନୀ ସାହୁ ସାଧନ କର୍ମୀ ଭାବେ ଯୋଗଦେଇ ବିଭିନ୍ନ ଶୈକ୍ଷିକ ବିଷୟ ଉପରେ ଆଲୋଚନା କରିଥିଲେ। ମୌଳିକ ସାକ୍ଷରତା ସମ୍ପର୍କରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଦ୍ୱାରା ପ୍ରସ୍ତୁତି ଓ ଉପସ୍ଥାପନା, ଗଣିତ ଶିକ୍ଷଣ କାର୍ଯ୍ୟର ପ୍ରସ୍ତୁତି ଓ ଉପସ୍ଥାପନା, ଗ୍ୟାଲେରୀ ପରିଭ୍ରମଣ, ନ୍ୟସ୍ତ କାର୍ଯ୍ୟର ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର, ଜିଲ୍ଲା ଓ କ୍ଲଷ୍ଟରସ୍ତରୀୟ ଶୈକ୍ଷିକ ଆଲୋଚନା ଏବଂ ସଂକ୍ଷେପଣ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।
ବୈଠକରେ ସମସ୍ତ ଶିକ୍ଷାର୍ଥୀଙ୍କୁ ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରିବା, ଶିକ୍ଷାଦାନର ଗୁଣବତ୍ତା ବୃଦ୍ଧି ଏବଂ ବିଦ୍ୟାଳୟସ୍ତରରେ ଶୈକ୍ଷିକ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ ଇତିଶ୍ରୀ ଦାଶ, ଗୋଲକ ବିହାରୀ ପଣ୍ଡା, ସିପିକା ସ୍ୱାଇଁ, ପବିତ୍ର କୁମାର ଭାଟି, ଶ୍ରଦ୍ଧାଞ୍ଜଳି ଭୋଇ, ପରୀକ୍ଷିତ କୁମ୍ଭାର, ଗୁରୁଦେବ ଖମାରି, ଶୋଭାବନ ନାଏକ, ଶଶାଙ୍କ ଶେଖର ବହିଦାର, ଦିପ୍ତିମୟୀ ପଣ୍ଡା ଓ ବାବିତା ତନ୍ତି ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ସ୍ଥାନୀୟ ବିଦ୍ୟାଳୟର ଟ୍ୱିଙ୍କିଲ ମିଶ୍ର ଓ ବସନ୍ତ କୁମାର ରାଉତ ବୈଠକ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରୀକ୍ଷିତ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।


