NABASETULIVE

ବଲାଙ୍ଗିରରେ ମାନ୍ୟବର କାଂଶୀରାମ ସାହେବଙ୍କ ୨୦ତମ ପୁଣ୍ୟତିଥି ପାଳିତ, ବିଶାଳ ବହୁଜନ ସମାବେଶ

ନବସେତୁ ନ୍ୟୁଜ୍ | ବଲାଙ୍ଗିର

ଜୟ ଭୀମ! ଜୟ ଭାରତ!

ବଲାଙ୍ଗିର, ୦୯/୧୦/୨୦୨୬, ଶୁକ୍ରବାର – ଆଜି ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି, ପୂର୍ବତନ ମୁଖ୍ୟମନ୍ତ୍ରୀ (ଉ.ପ୍ର.), ସଂସଦର ଶେରନୀ ପରମ ଆଦରଣୀୟା ଶୁଶ୍ରୀ ଭଉଣୀ କୁମାରୀ ମାୟାବତୀ ଜୀ ଙ୍କ ଆଦେଶ ଅନୁଯାୟୀ BAMCEF, DS4 ଓ BSP ର ପ୍ରତିଷ୍ଠାତା, ସାମାଜିକ ନ୍ୟାୟ ଓ ଆର୍ଥିକ ମୁକ୍ତିର ମହାନାୟକ, ବହୁଜନ ମସିହା ପରମପୂଜ୍ୟ ମାନ୍ୟବର ଶ୍ରୀ କାଂଶୀରାମ ସାହେବଙ୍କ ୨୦ତମ ପୁଣ୍ୟତିଥି ଅବସରରେ ଏକ ବିଶାଳ ବହୁଜନ ସମାବେଶ ଅନୁଷ୍ଠିତ ହୋଇଛି।

ଏହି ସମାବେଶ ସମ୍ବଲପୁର ଜୋନ୍ ଅନ୍ତର୍ଗତ ବଲାଙ୍ଗିର ସ୍ଥିତ କୋଶଳ କଳା ମଣ୍ଡଳ ପଡିଆରେ ଅନୁଷ୍ଠିତ ହୋଇଥିଲା।

ସମାବେଶରେ ଯୋଗଦେଇଥିବା ନେତୃବୃନ୍ଦ:

  • ମୁଖ୍ୟ ଅତିଥି: ଓଡ଼ିଶା ରାଜ୍ୟ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ନାୟକ ଜୀ
  • ସମ୍ମାନିତ ଅତିଥି: ରାଜ୍ୟ ସାଧାରଣ ସମ୍ପାଦକ / ସମ୍ବଲପୁର ଜୋନ୍ ମୁଖ୍ୟ କୋଅର୍ଡିନେଟର ଶ୍ରୀଯୁକ୍ତ ନାରାୟଣ ଭେସ୍ରା ଜୀ
  • ଏଡଭୋକେଟ ଶ୍ରୀଯୁକ୍ତ ବିଭୁତିଭୂଷଣ କୁମ୍ଭାର ଜୀ
  • ଶ୍ରୀଯୁକ୍ତ ରାଜୁ ନନ୍ଦ ଜୀ
  • ଏଡଭୋକେଟ ଶ୍ରୀଯୁକ୍ତ ଦିଲ୍ଲୀପ ସିଂହ ଜୀ
  • ବରଗଡ଼-ବଲାଙ୍ଗିର ଲୋକସଭା ପ୍ରଭାରୀ ଏଡଭୋକେଟ ଶ୍ରୀଯୁକ୍ତ ଜୟରାମ ବାଗ ଜୀ
  • ବଲାଙ୍ଗିର ଲୋକସଭା ପ୍ରଭାରୀ ଶ୍ରୀଯୁକ୍ତ ମହେନ୍ଦ୍ର ସୁନା ଜୀ

ସମସ୍ତ ନେତୃବୃନ୍ଦ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମାନ୍ୟବର କାଂଶୀରାମ ସାହେବଙ୍କ ତ୍ୟାଗ, ସଂଘର୍ଷ ଓ ବହୁଜନ ଆନ୍ଦୋଳନର ଇତିହାସ ଉପରେ ଆଲୋକପାତ କରିଥିଲେ। ଡଃ ଆମ୍ବେଦକରଙ୍କ ସାମାଜିକ ନ୍ୟାୟର ଦର୍ଶନକୁ ଘରେ ଘରେ ପହଞ୍ଚାଇବା ପାଇଁ ଆହ୍ୱାନ ଦିଆଯାଇଥିଲା।

ଶେଷରେ ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ହିମାଂଶୁ ହରିପାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

#ବହୁଜନ_ସମାଜ_ପାର୍ଟି_ଜିନ୍ଦାବାଦ
#ବାବାସାହେବ_ଭୀମରାଓ_ଅମ୍ବେଦକର_ସାହେବ_ଅମର_ରହେ
#ମାନ୍ୟବର_ଶ୍ରୀ_କାଂଶୀରାମ_ସାହେବ_ଅମର_ରହେ
#ଶୁଶ୍ରୀ_ଭଉଣୀ_କୁମାରୀ_ମାୟାବତୀ_ଜୀ_ଜିନ୍ଦାବାଦ

🙏💐🐘💐🙏

ରିପୋର୍ଟ: ନବସେତୁ ନ୍ୟୁଜ୍, ବଲାଙ୍ଗିର

Leave a Comment

Your email address will not be published. Required fields are marked *

Scroll to Top