ନବସେତୁ ନ୍ୟୁଜ୍ | ଭୁବନେଶ୍ୱର

-: ଜାଗୋ ଜନତା ଜାଗୋ :-
ଭୁବନେଶ୍ୱର, ୧୦/୧୦/୨୦୨୬ – ବିଜେପି ସରକାରର ଅଢେଇ ବର୍ଷ ଶାସନର ତଥାକଥିତ ସଫଳତାକୁ ନେଇ ଏବେ ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ରାଜ୍ୟବ୍ୟାପୀ ଦୁର୍ନୀତି ବିରୋଧୀ ସଚେତନତା ଅଭିଯାନ ଆରମ୍ଭ ହେବାକୁ ଯାଉଛି।
ଅଭିଯାନର ମୁଖ୍ୟ ଆବାହକ ଶ୍ରୀ ଶ୍ରୀକାନ୍ତ ପଣ୍ଡା ଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ଅକ୍ଟୋବର ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ପ୍ରଚାର ପତ୍ର ବଣ୍ଟନ କରାଯିବ।
ପ୍ରଚାର ପତ୍ରରେ ୧୮ ଟି ପ୍ରଶ୍ନ ଉଠାଯାଇଛି, ଯାହାକୁ ଅଭିଯାନ ପକ୍ଷରୁ ବିଜେପି ସରକାରର ସଫଳତା ବୋଲି କଟାକ୍ଷ କରାଯାଇଛି।
ପ୍ରଚାର ପତ୍ରର ମୁଖ୍ୟ ଅଭିଯୋଗ ଗୁଡିକ:
୧. ୨୦୨୪ ନିର୍ବାଚନରେ ଦୁର୍ନୀତିମୁକ୍ତ ଶାସନ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି, ପୂର୍ବତନ ନବୀନ ସରକାରର ସମସ୍ତ ଦୁର୍ନୀତିର ତଦନ୍ତ ନକରି ସୁରକ୍ଷା ଦେଉଛି।
୨. ୫୨ ହଜାର କୋଟିର ମୋଟା ପାଟଣା, ୪୩ ଶହ କୋଟିର ୫T ସ୍କୁଲ, ୨୪୦ କୋଟିର NUA-O, ହେଲିକପ୍ଟର ବୁଲା, ରତ୍ନ ଭଣ୍ଡାର ଚୋରି ଭଳି ମାମଲାରେ କୌଣସି ତଦନ୍ତ ହୋଇନାହିଁ।
୩. ବିଜେପି ନେତୃତ୍ୱ ନବୀନ ପଟ୍ଟନାୟକ ଓ ବି.କେ. ପାଣ୍ଡିଆନଙ୍କ ସହିତ Secret Deal କରିଥିବା ଅଭିଯୋଗ।
୪. ରାଜ୍ୟରେ ବାଲି, ମୋରମ, ପଥର ଓ ଲୁହା ପଥର, ମାଙ୍ଗାନିଜ, ବକ୍ସାଇଟ୍ ଲୁଟ୍ ବଢିଛି। ବିଜେପି ବିଧାୟକମାନେ ବାଲି ମାଫିଆଙ୍କୁ ସହଯୋଗ କରୁଥିବା ଅଭିଯୋଗ।
୫. ମଦ ଓ ବାର ସିଣ୍ଡିକେଟ୍ ତଦନ୍ତ ପ୍ରତିଶ୍ରୁତି ପାଳନ ହୋଇନାହିଁ। ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ତଦନ୍ତ ଶୀତଳ ଭଣ୍ଡାରରେ।
୬. ସୂଚନା ଅଧିକାର ଆଇନକୁ ବରବାଦ କରାଯାଉଛି। ଅଭ୍ୟାସଗତ ଅପରାଧୀ ଓ ଲୁଟେରାମାନଙ୍କୁ ସୂଚନା କମିଶନର କରାଯାଉଛି।
୭. M.M.D.R Act ଲାଗୁ କରି କେନ୍ଦ୍ର ବିଜେପି ସରକାର ଓଡ଼ିଶାର ୧ ଲକ୍ଷ କୋଟି ରୟାଲଟି ମାରିଦେଇଛି। ଏବଂ ୭୬ କୋଟି ୩୨ ଲକ୍ଷ ଟଙ୍କା ପଖାଳ ଭୋଜନରେ ଖର୍ଚ, ସବ-ଇନ୍ସପେକ୍ଟର ନିଯୁକ୍ତି ଦୁର୍ନୀତି, ଲୋକାୟୁକ୍ତକୁ ଅଚଳ କରିବା ଭଳି ୧୮ଟି ପ୍ରସଙ୍ଗ ଉଲ୍ଲେଖ ଅଛି।
ଅଭିଯାନ ପକ୍ଷରୁ କୁହାଯାଇଛି – “ରାଜ୍ୟରେ ଦୁଇ ଫୁଲର ସରକାର ଚାଲିଛି – ବିଜେପି ଓ ବିଜେଡିର ମିଳିତ ସରକାର। ଏହି ଆରୋପ ପ୍ରତ୍ୟାରୋପ କେବଳ ଲୋକ ଦେଖାଣିଆ, ଓଡ଼ିଶାବାସୀଙ୍କୁ ଠକିବା ପାଇଁ।”
ଓଡ଼ିଆ ଅସ୍ମିତା ପ୍ରସଙ୍ଗ: “ଓଡ଼ିଆ ଅସ୍ମିତା” ନାଁରେ କ୍ଷମତାକୁ ଆସି ସେହି ଅଣ-ଓଡ଼ିଆ ଅଧିକାରୀ ଓ ଠିକାଦାରଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ଅଭିଯୋଗ କରାଯାଇଛି।
ଏହି ପ୍ରଚାର ପତ୍ର ରାଜ୍ୟର ସମସ୍ତ ଜିଲ୍ଲାରେ ବଣ୍ଟାଯିବ।
ଯୋଗାଯୋଗ – ଶ୍ରୀକାନ୍ତ ପଣ୍ଡା, ମୁଖ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ – ୭୩୨୦୯୧୭୪୩୩
ରିପୋର୍ଟ: ନବସେତୁ ନ୍ୟୁଜ୍ ଡେସ୍କ


