ନବସେତୁ ନ୍ୟୁଜ୍ | ଝାରବନ୍ଧ

ଝାରବନ୍ଧ, ତା ୧୦/୧୦/୨୦୨୬ (ଶନିବାର) – ଆଜି ଓବିସି ନୂଆଁଖାଇ ଭେଟଘାଟ ଅବସରରେ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଜଟେଶିରା ଗ୍ରାମରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ପ୍ରତି ଘରେ ଫଳ ଚାଷ ଅଭିଯାନର ମୂଳ ସୂତ୍ରଧର ଶ୍ରୀମାନ ଅମୀୟ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ଶ୍ରୀମାନ ଡୋଳାମଣି ମାହାରଙ୍କ ପରିଚାଳନା ଏବଂ ରାଜେନ୍ଦ୍ର ସାହୁଙ୍କ ସଂଯୋଜନାରେ ନୀଳାଞ୍ଚଳ ପ୍ରଧାନଙ୍କ ଫଳ ବଗିଚାରେ ସ୍ୱସ୍ଥାନ (In-Situ) କଲମୀ ଶିବିର ଅନୁଷ୍ଠିତ ହୋଇଯାଇଛି।
କ’ଣ ହେଲା ଶିବିରରେ?
ଏହି ଶିବିରରେ ସ୍ୱତନ୍ତ୍ର ଗ୍ରାଫ୍ଟର ଭାବେ ସ୍ୱୟଂ ନୀଳାଞ୍ଚଳ ପ୍ରଧାନ ଏବଂ ପଞ୍ଚାନନ ଚାଷୀମାନଙ୍କୁ ପ୍ରତ୍ୟକ୍ଷ ଭାବେ ଆମ୍ବ, ବରକୋଳି ଓ ମୁସମ୍ବି ଗଛର କଲମୀ କରଣର ବୈଜ୍ଞାନିକ ପଦ୍ଧତି ଶିଖାଇଥିଲେ। କିପରି ନିଜ ବାଡିରେ ଥିବା ଦେଶୀ ଗଛକୁ ଉନ୍ନତ ପ୍ରଜାତିରେ ପରିଣତ କରି ଆତ୍ମନିର୍ଭରଶୀଳ ହୁଅନ୍ତି ସେ ନେଇ ହାତେ ଧରି ପ୍ରଶିକ୍ଷଣ ଦିଆଯାଇଥିଲା।
କୃଷକଙ୍କ ଉତ୍ସାହ:
ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀ – ଯଶୋବନ୍ତ, ଦେବରାଜ, ଦୁର୍ବାଦଳ, ସଞ୍ଜୟ, ନିରଞ୍ଜନ, ଡାକ୍ତର, କ୍ଷମାନିଧି, ବୈଲୋଚନ, ଅଶୋକ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉତ୍ସାହର ସହ ଭାଗ ନେଇଥିଲେ।
ପରିଶେଷରେ ସମସ୍ତ ଚାଷୀ କେବଳ ଫଳ ଚାଷ ନୁହେଁ, ଓବିସି ଏକତା ଓ ସାମାଜିକ ସଂସ୍କାର ପାଇଁ ଆଗାମୀ ଦିନରେ ପୂଜକ ନିର୍ମାଣ ଶିବିର କରିବାକୁ ଦୃଢ଼ ମତ ପୋଷଣ କରିଥିଲେ।
ଏହି ଅଭିଯାନ ପଶ୍ଚିମ ଓଡିଶାରେ ପ୍ରତି ଘରେ ଫଳ ବଗିଚା ସ୍ୱପ୍ନକୁ ସାକାର କରିବ ବୋଲି ଆୟୋଜକମାନେ ଆଶା ବ୍ୟକ୍ତ କରିଛନ୍ତି।
ରିପୋର୍ଟ – ନବସେତୁ ନ୍ୟୁଜ୍ ଡେସ୍କ, ଝାରବନ୍ଧ


