ନବସେତୁ ନ୍ୟୁଜ | ଭୁବନେଶ୍ୱରଗୁରୁବାର, ୩ ଜୁଲାଇ, ୨୦୨୬
ଭୁବନେଶ୍ୱର: ଡାକ୍ତରମାନଙ୍କ ୧୦ ଦଫା ଦାବିକୁ ନେଇ ରାଜ୍ୟରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଶେଷରେ ସରକାର ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆସନ୍ତାକାଲି ଦିନ ୧୧.୩୦ ମିନିଟ୍ରେ ଓମସା ସଭାପତି ଏବଂ ସମ୍ପାଦକଙ୍କୁ ଆଲୋଚନା ପାଇଁ ଡାକିଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ମହେଶ ମୋହନ ପଣ୍ଡା ଆନୁଷ୍ଠାନିକ ଚିଠି ଜାରି କରିଛନ୍ତି।
ଆନ୍ଦୋଳନର ପୃଷ୍ଠଭୂମି
୧. ୧୮ ସେପ୍ଟେମ୍ୱର ୨୦୨୪: ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟରେ ଦାବି ଉପସ୍ଥାପନ କଲେ।
୨. ମାର୍ଚ୍ଚ ୨୦୨୫: ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା।
୩. ଜୁନ୍ ଓ ଅଗଷ୍ଟ ୨୦୨୫: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା, କିନ୍ତୁ କୌଣସି ସମାଧାନ ନାହିଁ।
୪. ଅକ୍ଟୋବର ୨୦୨୫: ଆନ୍ଦୋଳନ ନୋଟିସ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ୧୫ ନଭେମ୍ୱର ସୁଦ୍ଧା ଦାବି ପୂରଣ ପାଇଁ ଆଶ୍ୱାସନା ଦେଲେ, ଯାହା ପୂରଣ ହେଲାନାହିଁ।
୫. ୯ ଜାନୁଆରୀ ୨୦୨୬: ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଓମସା ସହ ବୈଠକ। ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପାଇଁ ନିଷ୍ପତ୍ତି, କିନ୍ତୁ ଅଧ୍ୟକ୍ଷ ଅବସର ନେବାରୁ କମିଟି ଗଠନ ହୋଇପାରିଲା ନାହିଁ।
୬. ୧ ଜୁଲାଇ ୨୦୨୬: ଜାତୀୟ ଡାକ୍ତର ଦିବସରୁ ଓମସା କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ।
ସରକାରଙ୍କ କଠୋର ଆଭିମୁଖ୍ୟ, ପରେ ୟୁ-ଟର୍ଣ୍ଣ
ଆନ୍ଦୋଳନକୁ ଦମନ କରିବା ପାଇଁ ଗତକାଲି ସ୍ୱାସ୍ଥ୍ୟ ବିଭାଗ ଆନ୍ଦୋଳନରତ ଓଏମଏଚ କ୍ୟାଡର ଡାକ୍ତରଙ୍କ ଦରମା ବନ୍ଦ ଓ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ଚାକିରିରୁ ବାହାର କରିବାକୁ ଚେତାବନୀ ଦେଇଥିଲା। ଏସମା ବଳବତ୍ତର ଥିବା ଦର୍ଶାଇ ଆନ୍ଦୋଳନକୁ ଅବୈଧ କୁହାଯାଇଥିଲା।
କିନ୍ତୁ ଓମସା ସଭାପତି ଡାକ୍ତର କିଶୋର ମିଶ୍ର ସ୍ପଷ୍ଟ କରିଥିଲେ, “ରୋଗୀ ମଲେ ସରକାର ଦାୟୀ। ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନରୁ ହଟିବୁନି।” ଏସସିବି ଜୁନିୟର ଡାକ୍ତର ସଂଘ ମଧ୍ୟ ସରକାରଙ୍କ ଦମନମୂଳକ ନୀତିକୁ ନିନ୍ଦା କରି ଆସନ୍ତାକାଲିଠାରୁ ଓପିଡି ସେବା ବନ୍ଦ କରିବାକୁ ଚେତାବନୀ ଦେଇଥିଲା।
ରାଜ୍ୟବ୍ୟାପୀ ଶବ ବ୍ୟବଚ୍ଛେଦ, ଓପିଡି, ଆଇପିଡି ଓ ଆଉଟଡୋର ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯିବାରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଚାପ ବଢ଼ିଲା। ଗତକାଲିର କଠୋର ଆଭିମୁଖ୍ୟରୁ ଓହରି ଆଜି ଆଲୋଚନା ପାଇଁ ଡାକିବାକୁ ବାଧ୍ୟ ହେଲେ।
ବିଜେଡିର ତୀବ୍ର ପ୍ରତିକ୍ରିୟା
ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ୩ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପ ଜେନା ଆଜି ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେମାନେ କହିଛନ୍ତି, “ସରକାର ଅହଙ୍କାର ମନୋଭାବ ରଖି ରୋଗୀମାନଙ୍କ ଜୀବନ ସହ ଖେଳୁଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଡାକ୍ତରଙ୍କ ୬, ୧୨, ୧୮ ଓ ୨୪ ବର୍ଷର ଡିଏସିପି ପଦୋନ୍ନତି, ଇନସୁରାନ୍ସ ଓ ସୁରକ୍ଷା ଆଇନ ଲାଗୁ ହୋଇଥିଲା। ଆଜି ଡବଲ୍ ଇଞ୍ଜିନ୍ ସରକାର କେନ୍ଦ୍ରୀୟ ଡିଏସିପି ଲାଗୁ କରୁନାହାନ୍ତି।”
ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ସମାଧାନ ନ କଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ମୁଖ୍ୟ ଦାବି: କେନ୍ଦ୍ରୀୟ ଡିଏସିପି ଲାଗୁ, ସୁରକ୍ଷା ବ୍ୟବସ୍ଥା, ପଦୋନ୍ନତି ଓ ଅନ୍ୟାନ୍ୟ ୧୦ ଦଫା ଦାବି।
ରାଜ୍ୟରେ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ହେବ କି ନାହିଁ, ତାହା ଆସନ୍ତାକାଲିର ଆଲୋଚନା ଉପରେ ନିର୍ଭର କରୁଛି।
*Shri Purnachandra Biswal is not just an editor; he is a dedicated social activist.*
As a propagator of Neo-humanism, he has been spreading the message of human values, equality, and justice in society.
As a nature lover, he is working to promote water conservation and environmental awareness in rural areas through environmental conservation and water conservation projects.
He has always raised his voice for the justice and protection of Dalits, the landless, and the helpless people.
As the editor of the monthly magazine *‘Nabasetu’*, he brings together literature, culture, and social awareness and delivers it to the readers.