ନବସେତୁ ନ୍ୟୁଜ | ବଲାଙ୍ଗୀରଗୁରୁବାର, ୩ ଜୁଲାଇ, ୨୦୨୬
ବଲାଙ୍ଗୀର: ସୂଚନା ଅଧିକାର ଆଇନ ୨୦୦୫ ବଳରେ ମାଗିଥିବା ସୂଚନା ଦୀର୍ଘ ୧୮ ମାସ ହେଲେ ମଧ୍ୟ ନ ମିଳିବାରୁ ଜଣେ ଆରଟିଆଇ କର୍ମୀ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
ଜରାସିଂହା ଗ୍ରାମର ସୂଚନା ଅଧିକାର କର୍ମୀ ଗୋପବନ୍ଧୁ ଛତ୍ରିଆ ବଲାଙ୍ଗୀର ସଦର ବ୍ଲକର ବିଡିଓଙ୍କୁ ଲିଖିତ ଅଭିଯୋଗ କରି କହିଛନ୍ତି ଯେ ନଭେମ୍ୱର ୨୦୨୪ ରୁ ଜାନୁଆରୀ ୨୦୨୬ ମଧ୍ୟରେ ସେ ବଲାଙ୍ଗୀର ସଦର ବ୍ଲକ ଅଧୀନରେ ଥିବା ୯ଟି ଗ୍ରାମପଞ୍ଚାୟତ ସମ୍ପର୍କରେ ବିଭିନ୍ନ ସୂଚନା ମାଗିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।
କେଉଁ ୮ଟି ପଞ୍ଚାୟତ:
କୁଟୁମଡୋଲା, ଝାଙ୍କରପାଲି, ଭୁତିଆରବାହାଲ, ସକମା, , ଚୂଡାପାଲି, ଖୁଣ୍ଟପାଲି, ଚିକଲବାହାଲି ଏବଂ ଶିକାଛିଡ଼ା।
ପ୍ରଥମ ଓ ଦ୍ୱିତୀୟ ଅପିଲ ସରିଲାଣି
ଶ୍ରୀ ଛତ୍ରିଆଙ୍କ ଅନୁଯାୟୀ, ନିର୍ଦ୍ଧାରିତ ସମୟ ମଧ୍ୟରେ ସୂଚନା ନ ମିଳିବାରୁ ସେ ପ୍ରଥମ ଏବଂ ଦ୍ୱିତୀୟ ଅପିଲ କରିଥିଲେ। ଶୁଣାଣୀ ବେଳେ ଜିପିଡିଓ ଏବଂ ବିଡିଓ ଯଥାଶୀଘ୍ର ସୂଚନା ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ମାତ୍ର ସମ୍ପୃକ୍ତ ପଞ୍ଚାୟତର PEO ମାନେ କୋର୍ଟଙ୍କ ନିର୍ଦେଶକୁ ମଧ୍ୟ ଅଣଦେଖା କରୁଛନ୍ତି।
କାର୍ଯ୍ୟାନୁଷ୍ଠାନ ଦାବି, ନଚେତ୍ ଧାରଣା
ଏ ନେଇ ସେ ସଦର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯଦି ୧୦ ଜୁଲାଇ ୨୦୨୬ ସୁଦ୍ଧା ସୂଚନା ପ୍ରଦାନ କରାନଯାଏ, ତେବେ ସେ ଏବଂ ତାଙ୍କ ସଂଗଠନ ବଲାଙ୍ଗୀର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
ଆବେଦନକାରୀଙ୍କ ବିବରଣୀ
ନାମ: ଗୋପବନ୍ଧୁ ଛତ୍ରିଆ
ଠିକଣା: ଗ୍ରାମ- ଜରାସିଂହା, ପୋଷ୍ଟ- ଜରାସିଂହା, ଭାୟା- ଦେଓଗାଁ, ଜିଲ୍ଲା- ବଲାଙ୍ଗୀର, PIN- ୭୬୭୦୬୭
ମୋବାଇଲ: ୯୬୬୮୫୨୩୭୨
ତାରିଖ: ୦୧/୦୭/୨୦୨୬
ସୂଚନା ଅଧିକାର ଆଇନ ନାଗରିକଙ୍କ ମୌଳିକ ଅଧିକାର। ଅଦାଲତ ଓ ଉଚ୍ଚ ଅଧିକାରୀଙ୍କ ନିର୍ଦେଶ ପରେ ମଧ୍ୟ ସୂଚନା ନ ମିଳିବା ସମ୍ବିଧାନର ଅବମାନା। ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଦୋଷୀ PEO ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।
Thank you NABASETU