ନବସେତୁ ନ୍ୟୁଜ୍ରିପୋର୍ଟ: ସରୋଜ କୁମାର ମେଶ୍ୱାବଲାଙ୍ଗୀର, ତା: ୦୮/୦୭/୨୦୨୬
ବଲାଙ୍ଗୀର: ଦେଶବ୍ୟାପୀ ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ – SIR ଜନଗଣନା କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ଏକ ପ୍ରତିନିଧି ଦଳ ସୋମବାର ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ ପଟେଲଙ୍କୁ ସାକ୍ଷାତ କରିଛନ୍ତି।
ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗୀରେ ଚାଲିଥିବା ଏହି ଅଭିଯାନର ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ସିଭିଲ ସୋସାଇଟି ପକ୍ଷରୁ ଉପଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କରାଯାଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ବୈଠକରେ କ’ଣ ଆଲୋଚନା ହେଲା?
ଉପଜିଲ୍ଲାପାଳ ଶ୍ରୀ ପଟେଲ ସିଭିଲ ସୋସାଇଟି ସଭ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଏହି ଜନଗଣନା କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା BLO ମାନଙ୍କୁ ସମସ୍ତେ ସହଯୋଗ କରିବା ଉଚିତ।
ସେ ଆହୁରି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ SIR ପ୍ରକ୍ରିୟାରେ ଖୁବ୍ କମ୍ ସଂଖ୍ୟକ ବାଦ୍ ପଡିଥିବା ଯୋଗ୍ୟ ଭୋଟର ମାନଙ୍କୁ ପର୍ଯ୍ୟାୟକ୍ରମେ ଭୋଟର ତାଲିକାରେ ସାମିଲ କରାଯିବ। କୌଣସି କାରଣରୁ ଯଦି କାହାର ନାମ ଚିଠା ଭୋଟର ତାଲିକାରେ ଯୋଗ ହୋଇ ନଥାଏ, ତେବେ ସେମାନେ ଆସନ୍ତା ଅଗଷ୍ଟ ୪ ତାରିଖ ସୁଦ୍ଧା ଆପତ୍ତି ଦାଖଲ କରିପାରିବେ।
କିଏ ଉପସ୍ଥିତ ଥିଲେ?
ଏହି ସାକ୍ଷାତ ସମୟରେ ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ଆବାହକ ଇଂ. ବେଲାରସିଂ ଭୋଇ, ସଂଯୋଜକ ମନୋରଞ୍ଜନ ସାହୁଙ୍କ ସମେତ ରଘୁ ନନ୍ଦନ ସିଂହ, ପୀତବାସ ପଣ୍ଡା, ଆନ୍ଦ ମିଶ୍ର, ପବିତ୍ର ଦାସ, ଶଙ୍କର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାରେ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ସାଧାରଣ ଲୋକଙ୍କୁ ସଚେତନ କରିବା ଏବଂ ପ୍ରଶାସନକୁ ସହଯୋଗ କରିବା ସିଭିଲ ସୋସାଇଟିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଂଯୋଜକ ଶ୍ରୀ ସାହୁ କହିଛନ୍ତି।
*#ନବସେତୁ_ନ୍ୟୁଜ୍ #ବଲାଙ୍ଗୀର #