NABASETULIVE

ଶୀର୍ଷକ:- ଅନୁଛେଦ–୨୧ : ଜୀବନ ଓ ସ୍ୱାଧୀନତା ଅଧିକାରର ଗୀତ————————————— ନବସେତୁ ବୌଦ୍ଦ

ସମ୍ବିଧାନର ପବିତ୍ର ବାଣୀ, ଅନୁଛେଦ ଏକୋଇଶ,
ଜୀବନ ଆଉ ସ୍ୱାଧୀନତା, ଆମର ସବୁଠାରୁ ବଡ଼ ଆଶା।(୧)

ଆଇନ ଯାହା କହିବ ସେହି, ନ୍ୟାୟର ପଥେ ଚାଲିବୁ,
ବେଆଇନର ଅନ୍ଧକାରକୁ, ମିଶି ସବୁଏ ହଟାଇବୁ।(୨)

ଜୀବନ ମାନେ କେବଳ ନୁହେଁ, ନିଶ୍ୱାସ ନେଇ ବଞ୍ଚିବା,
ସମ୍ମାନ ସହ ଗରିମା ରଖି, ସୁଖରେ ହସି ବଢ଼ିବା।(୩)

ବ୍ୟକ୍ତିଗତ ସ୍ୱାଧୀନତା ହେଉ, ମଣିଷର ଶ୍ରେଷ୍ଠ ଅଧିକାର,
ସମ୍ବିଧାନର ଛାୟା ତଳେ, ରହୁ ସଦା ତାହାର ସଂସାର।(୪)

ମନମୁଖୀ କେହି କରିପାରିବେ ନାହିଁ, ଅନ୍ୟାୟର ଆଘାତ,
ଆଇନ ଆଗରେ ସମସ୍ତେ ସମାନ, ଏହା ଭାରତର ଶପଥ।(୫)

ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱଚ୍ଛ ପରିବେଶ, ସମ୍ମାନର ଜୀବନ,
ଅନୁଛେଦ ଏକୋଇଶ ଦେଉଛି, ଅଧିକାରର ବନ୍ଦନ।(୬)

ସର୍ବୋଚ୍ଚ ନ୍ୟାୟାଳୟ କହେ, ନ୍ୟାୟ ହେଉ ସର୍ବୋପରି,
ମାନବ ଅଧିକାରର ସୁରକ୍ଷା ପାଇଁ, ରହୁ ଭାରତ ଗର୍ବଭରି।(୭)

ଗରିବ ହେଉ କି ଧନୀ ଭାଇ, ସମସ୍ତଙ୍କ ଅଧିକାର ସମାନ,
ସମ୍ବିଧାନର ଏହି ସନ୍ଦେଶ, ରଖେ ଦେଶର ସମ୍ମାନ।(୮)

ଜୀବନ, ସୁରକ୍ଷା, ସ୍ୱାଧୀନତା, ଆମର ମୌଳିକ ଅଧିକାର,
ସମ୍ବିଧାନର ପ୍ରତ୍ୟେକ ପୃଷ୍ଠାରେ, ଲିପିବଦ୍ଧ ଏହି ଅମୂଲ୍ୟ ସାର।(୯)

ଆସ ମିଶି ସମ୍ବିଧାନ ଗାଉ, ଜୟ ଗଣତନ୍ତ୍ରର ଗୀତ,
ଅନୁଛେଦ-୨୧ ଆମର ଶକ୍ତି,ସ୍ୱାଧୀନ ଭାରତର ଅମୁଲ୍ୟ ପ୍ରତୀକ।(୧୦)

ପ୍ରଦୀପ କୁମାର ମହାନନ୍ଦ
ବୌଦ୍ଧ
ମୋ – 9777077754/ 9439180497

Leave a Comment

Your email address will not be published. Required fields are marked *

Scroll to Top