NABASETULIVE

ବଲାଙ୍ଗୀର ସରକାରୀ କାର୍ଯ୍ୟାଳୟ କାନ୍ଥରେ ମହାପୁରୁଷଙ୍କ ଫଟୋଚିତ୍ର ଲଗାଇବାକୁ ଦାବି

ବଲାଙ୍ଗୀର ସରକାରୀ କାର୍ଯ୍ୟାଳୟ କାନ୍ଥରେ ମହାପୁରୁଷଙ୍କ ଫଟୋଚିତ୍ର ଲଗାଇବାକୁ ଦାବିନବସେତୁ ଓବିସି-ଏସ୍‌ଟି-ଏସ୍‌ସି ସମନ୍ୱୟ ସମିତିର ପୌରପାଳିକା ନିକଟରେ ସ୍ମାରକପତ୍ର ପ୍ରଦାନ

ବଲାଙ୍ଗୀର: ବଲାଙ୍ଗୀର ସହର ସୌନ୍ଦର୍ଯ୍ୟକରଣ ଅଭିଯାନ ଅଧୀନରେ ସରକାରୀ କାର୍ଯ୍ୟାଳୟଗୁଡ଼ିକର କାନ୍ଥରେ ଦେଶର ମହାପୁରୁଷ ଓ ସମାଜ ସୁଧାରକଙ୍କ ଫଟୋଚିତ୍ର ସାମିଲ କରିବା ପାଇଁ ଦାବି ଉଠିଛି।

ଆଜି ସକାଳ ୧୦ଟାରେ ନବସେତୁ ମାସିକ ପତ୍ରିକାର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ଏବଂ ଓବିସି-ଏସ୍‌ଟି-ଏସ୍‌ସି ସମନ୍ୱୟ ସମିତି, ବଲାଙ୍ଗୀର ସଭାପତି ସରୋଜ କୁମାର ମେଶ୍ଵା ଏକ ପ୍ରତିନିଧି ଦଳ ସହ ବଲାଙ୍ଗୀର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ରେ ଉଲ୍ଲେଖ କରାଯାଇଛି ଯେ, ବର୍ତ୍ତମାନ ବଲାଙ୍ଗୀର ସହର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କାନ୍ଥରେ ରଙ୍ଗ-ବେରଙ୍ଗ ଚିତ୍ର ଅଙ୍କନ କରାଯାଉଛି। ଏହି ସୌନ୍ଦର୍ଯ୍ୟକରଣ ମଧ୍ୟରେ ଯଦି ସମାଜ ସୁଧାର ଓ ମାନବ କଲ୍ୟାଣ ପାଇଁ ଜୀବନ ଉତ୍ସର୍ଗ କରିଥିବା ମହାପୁରୁଷଙ୍କ ଫଟୋଚିତ୍ର ସାମିଲ କରାଯାଏ, ତେବେ ତାହା ଜନସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ ହେବ।

ଦାବିପତ୍ରେ ଯେଉଁ ମହାପୁରୁଷଙ୍କ ଫଟୋଚିତ୍ର ସାମିଲ କରିବାକୁ ଅନୁରୋଧ କରାଯାଇଛି ସେମାନେ ହେଲେ –

  1. ଡଃ ଭୀମରାଓ ଆମ୍ବେଦକର
  2. ମହାତ୍ମା ଜ୍ୟୋତି ରାଓ ଫୁଲେ
  3. ମାତା ସାବିତ୍ରୀ ବାଇ ଫୁଲେ
  4. ସାହୁଜୀ ମହାରାଜା
  5. ଗୌତମ ବୁଦ୍ଧ
  6. ଧରିତ୍ରୀ ଆବା ବିର୍ସା ମୁଣ୍ଡା

ପ୍ରତିନିଧି ଦଳ କହିଛନ୍ତି, ଏହି ମହାନ୍ ବ୍ୟକ୍ତିମାନଙ୍କ ଜୀବନ ଓ ଆଦର୍ଶ ସାମାଜିକ ସମାନତା, ଶିକ୍ଷା, ନ୍ୟାୟ ଏବଂ ମାନବ କଲ୍ୟାଣ ଉପରେ ଆଧାରିତ। ସରକାରୀ କାର୍ଯ୍ୟାଳୟ ଭଳି ସର୍ବସାଧାରଣ ସ୍ଥାନରେ ସେମାନଙ୍କ ଚିତ୍ର ରହିଲେ ପ୍ରତିଦିନ ହଜାର ହଜାର ଲୋକଙ୍କ ନିକଟରେ ସେମାନଙ୍କ ବାର୍ତ୍ତା ପହଞ୍ଚିବ। ଏହା ନୂତନ ପିଢ଼ିକୁ ସାମାଜିକ ନ୍ୟାୟ ଓ ସମର୍ପଣର ମାର୍ଗ ଦେଖାଇବ।

ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ଯେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ଏହି ପ୍ରସ୍ତାବକୁ ଯଥାସମ୍ଭବ ଶୀଘ୍ର କାର୍ଯ୍ୟକାରୀ କରାଯାଉ।

କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିନିଧି ଦଳଙ୍କ ପ୍ରସ୍ତାବକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

1 thought on “ବଲାଙ୍ଗୀର ସରକାରୀ କାର୍ଯ୍ୟାଳୟ କାନ୍ଥରେ ମହାପୁରୁଷଙ୍କ ଫଟୋଚିତ୍ର ଲଗାଇବାକୁ ଦାବି”

  1. *ବଲାଙ୍ଗୀର ସରକାରୀ କାର୍ଯ୍ୟାଳୟ କାନ୍ଥରେ ମହାପୁରୁଷଙ୍କ ଫଟୋଚିତ୍ର ଲଗାଇବାକୁ ଦାବି*

    *ନବସେତୁ ଓବିସି-ଏସ୍‌ଟି-ଏସ୍‌ସି ସମନ୍ୱୟ ସମିତିର ପୌରପାଳିକା ନିକଟରେ ସ୍ମାରକପତ୍ର ପ୍ରଦାନ*

    *ବଲାଙ୍ଗୀର:* ବଲାଙ୍ଗୀର ସହର ସୌନ୍ଦର୍ଯ୍ୟକରଣ ଅଭିଯାନ ଅଧୀନରେ ସରକାରୀ କାର୍ଯ୍ୟାଳୟଗୁଡ଼ିକର କାନ୍ଥରେ ଦେଶର ମହାପୁରୁଷ ଓ ସମାଜ ସୁଧାରକଙ୍କ ଫଟୋଚିତ୍ର ସାମିଲ କରିବା ପାଇଁ ଦାବି ଉଠିଛି।

    ଆଜି ସକାଳ ୧୦ଟାରେ ନବସେତୁ ମାସିକ ପତ୍ରିକାର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ଏବଂ ଓବିସି-ଏସ୍‌ଟି-ଏସ୍‌ସି ସମନ୍ୱୟ ସମିତି, ବଲାଙ୍ଗୀର ସଭାପତି ସରୋଜ କୁମାର ମେଶ୍ଵା ଏକ ପ୍ରତିନିଧି ଦଳ ସହ ବଲାଙ୍ଗୀର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

    ଦାବିପତ୍ରେ ଉଲ୍ଲେଖ କରାଯାଇଛି ଯେ, ବର୍ତ୍ତମାନ ବଲାଙ୍ଗୀର ସହର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କାନ୍ଥରେ ରଙ୍ଗ-ବେରଙ୍ଗ ଚିତ୍ର ଅଙ୍କନ କରାଯାଉଛି। ଏହି ସୌନ୍ଦର୍ଯ୍ୟକରଣ ମଧ୍ୟରେ ଯଦି ସମାଜ ସୁଧାର ଓ ମାନବ କଲ୍ୟାଣ ପାଇଁ ଜୀବନ ଉତ୍ସର୍ଗ କରିଥିବା ମହାପୁରୁଷଙ୍କ ଫଟୋଚିତ୍ର ସାମିଲ କରାଯାଏ, ତେବେ ତାହା ଜନସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ ହେବ।

    ଦାବିପତ୍ରେ ଯେଉଁ ମହାପୁରୁଷଙ୍କ ଫଟୋଚିତ୍ର ସାମିଲ କରିବାକୁ ଅନୁରୋଧ କରାଯାଇଛି ସେମାନେ ହେଲେ –
    1. ଡଃ ଭୀମରାଓ ଆମ୍ବେଦକର
    2. ମହାତ୍ମା ଜ୍ୟୋତି ରାଓ ଫୁଲେ
    3. ମାତା ସାବିତ୍ରୀ ବାଇ ଫୁଲେ
    4. ସାହୁଜୀ ମହାରାଜା
    5. ଗୌତମ ବୁଦ୍ଧ
    6. ଧରିତ୍ରୀ ଆବା ବିର୍ସା ମୁଣ୍ଡା

    ପ୍ରତିନିଧି ଦଳ କହିଛନ୍ତି, ଏହି ମହାନ୍ ବ୍ୟକ୍ତିମାନଙ୍କ ଜୀବନ ଓ ଆଦର୍ଶ ସାମାଜିକ ସମାନତା, ଶିକ୍ଷା, ନ୍ୟାୟ ଏବଂ ମାନବ କଲ୍ୟାଣ ଉପରେ ଆଧାରିତ। ସରକାରୀ କାର୍ଯ୍ୟାଳୟ ଭଳି ସର୍ବସାଧାରଣ ସ୍ଥାନରେ ସେମାନଙ୍କ ଚିତ୍ର ରହିଲେ ପ୍ରତିଦିନ ହଜାର ହଜାର ଲୋକଙ୍କ ନିକଟରେ ସେମାନଙ୍କ ବାର୍ତ୍ତା ପହଞ୍ଚିବ। ଏହା ନୂତନ ପିଢ଼ିକୁ ସାମାଜିକ ନ୍ୟାୟ ଓ ସମର୍ପଣର ମାର୍ଗ ଦେଖାଇବ।

    ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ଯେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ଏହି ପ୍ରସ୍ତାବକୁ ଯଥାସମ୍ଭବ ଶୀଘ୍ର କାର୍ଯ୍ୟକାରୀ କରାଯାଉ।

    କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିନିଧି ଦଳଙ୍କ ପ୍ରସ୍ତାବକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top