ନବସେତୁ ନ୍ୟୁଜ | ଭୁବନେଶ୍ୱରଜୁନ୍ ୨୯, ୨୦୨୬
ଭୁବନେଶ୍ୱର: ରାଜ୍ୟର ଚାଷୀଙ୍କୁ ଠିକ୍ ସମୟରେ ସାର ଯୋଗାଣ ଓ କଳାବଜାରୀ ରୋକିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସାର ବଣ୍ଟନକାରୀ ସମବାୟ ସମିତିଗୁଡ଼ିକ ପାଇଁ ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।
ସମବାୟ ବିଭାଗ ଅଧୀନରେ ଥିବା ଷ୍ଟାଣ୍ଡିଂ ଫାଇନାନ୍ସ କମିଟି (SFC)ର ସୁପାରିଶ କ୍ରମେ ଅର୍ଥ ବିଭାଗ ଏହି ଯୋଜନାକୁ ମଞ୍ଜୁରୀ ଦେଇଛି।
ଯୋଜନାର ମୁଖ୍ୟ ବିଷୟ:
- ୧୦୦% ସୁଧ ଛାଡ଼: ପ୍ରାଥମିକ କୃଷି ସମବାୟ ସମିତି (PACS) ଓ ଲାର୍ଜ-ସାଇଜ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ସାର ମହଜୁଦ ପାଇଁ ନେଉଥିବା କ୍ୟାସ୍ କ୍ରେଡିଟ୍ (CC) ଋଣ ଉପରେ ୧୦୦% ସୁଧ ରିହାତି ପାଇବେ।
- ୫ ବର୍ଷରେ ୪୨ କୋଟି: ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ମୋଟ ୪୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି।
- ୨,୭୦୦ ସମିତି ଉପକୃତ: ରାଜ୍ୟର ପ୍ରାୟ ୨,୭୦୦ ତୃଣମୂଳ ସ୍ତରର ସମବାୟ ସମିତି ଏହାଦ୍ୱାରା ଉପକୃତ ହେବେ। ପ୍ରତ୍ୟେକ ସମିତି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ କ୍ରେଡିଟ୍ ସୀମା ପାଇଁ ଯୋଗ୍ୟ।
କ’ଣ ଲାଭ ହେବ?
ଖରିଫ୍ ଓ ରବି ଋତୁ ପୂର୍ବରୁ ସାର କିଣି ମହଜୁଦ ରଖିବା ବେଳେ ସମିତିଗୁଡ଼ିକୁ ବିପୁଳ ସୁଧ ଦେବାକୁ ପଡୁଥିଲା। ଏବେ ସୁଧ ଭାର ଛାଡ଼ ହେବା ଦ୍ୱାରା ସମିତିଗୁଡ଼ିକର ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଓ ଚାଷୀଙ୍କୁ ସମୟରେ ସାର ମିଳିବ।
ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ:
ସାର ବିକ୍ରିରେ ସ୍ୱଚ୍ଛତା ପାଇଁ ସମବାୟ ଆଉଟଲେଟରେ QR କୋଡ୍ ଆଧାରିତ କ୍ୟାସଲେସ୍ କାରବାରକୁ ପ୍ରୋତ୍ସାହିତ କରାଯିବ।
ଲକ୍ଷ୍ୟ: ବର୍ତମାନ ସମବାୟ ଅନୁଷ୍ଠାନ ମାଧ୍ୟମରେ ମାତ୍ର ୨୫-୩୦% ସାର ବଣ୍ଟନ ହେଉଛି। ଏହାକୁ ୨୦୨୬ ଖରିଫ ଋତୁ ସୁଦ୍ଧା ୬୦%କୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଘରୋଇ ବ୍ୟବସାୟୀଙ୍କ ଉପରେ ନିର୍ଭରଶୀଳତା କମିବ ଓ କଳାବଜାରୀ ବନ୍ଦ ହେବ।
ରିପୋର୍ଟ: , ନବସେତୁ ନ୍ୟୁଜର