NABASETULIVE

ଭିମ୍‌ସାରର ୨ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ: ୪ କୋଟିରୁ ଅଧିକ ସମ୍ପତ୍ତି ଠାବ

ନବସେତୁ ନ୍ୟୁଜ | ସମ୍ବଲପୁରଗୁରୁବାର, ୨ ଜୁଲାଇ, ୨୦୨୬

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ଚିକିତ୍ସା ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର)ର ୨ ଜଣ ଅଧିକାରୀଙ୍କୁ ବୁଧବାର ଓଡ଼ିଶା ଭିଜିଲାନ୍ସ ବିଭାଗ ଗିରଫ କରି ସମ୍ବଲପୁର ଭିଜିଲାନ୍ସ ଜଜ୍ କୋର୍ଟକୁ ଚାଲାଣ କରିଛି। ଉଭୟଙ୍କ ନାମରେ ଆୟ ବହିର୍ଭୂତ ୪ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି ବୋଲି ଭିଜିଲାନ୍ସ ଏସ୍‌ପି ପ୍ରଦ୍ୟୁମ୍ନ ତ୍ରିବେଦୀ ସୂଚନା ଦେଇଛନ୍ତି।

ଗିରଫ ଅଧିକାରୀ:
୧. ଧନୁର୍ଜୟ ବିଶ୍ୱାଳ – ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ତଥା କାର୍ଯ୍ୟାଳୟ ଅଧୀକ୍ଷକ। ତାଙ୍କଠାରୁ ବୈଧ ଆୟ ତୁଳନାରେ ୨୩୪% ଅଧିକ ସମ୍ପତ୍ତି ମିଳିଛି।
୨. ଅଶ୍ୱିନୀ ମେହେର – ଅଧୀକ୍ଷକଙ୍କ କାର୍ଯ୍ୟାଳୟର ପରିଚାରକ (ଷ୍ଟିୱାର୍ଡ)। ତାଙ୍କଠାରୁ ୧୦୪% ଅଧିକ ସମ୍ପତ୍ତି ଠାବ ହୋଇଛି।

ଠାବ ହୋଇଥିବା ସମ୍ପତ୍ତି:
ଧନୁର୍ଜୟ ବିଶ୍ୱାଳ: ସମ୍ବଲପୁର ଧନୁପାଲିରେ ୨ ମହଲା କୋଠା, ଗୁଡ଼େମିଙ୍ଗାରେ ଅନ୍ୟ କୋଠା, ୩୨ ପ୍ଲଟ, ନଗଦ ୧୯.୮୦ ଲକ୍ଷ, ୪୮.୦୯ ଲକ୍ଷ ବ୍ୟାଙ୍କ ଜମା, ୧୩.୨୦ ଲକ୍ଷ ମୂଲ୍ୟର ୮୩ ଗ୍ରାମ ସୁନା, ୨ ହାଇୱା ଟ୍ରକ, ୨ ଟ୍ରାକ୍ଟର, ଟ୍ରେଜର, କାର ଓ ୪ଟି ବାଇକ।

ଅଶ୍ୱିନୀ ମେହେର: ଦୁର୍ଗାପାଲିରେ ୪ ମହଲା ନିର୍ମାଣାଧୀନ କୋଠା, କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଗୃହ, ବରଗଡ଼ ଗୋବିନ୍ଦପାଲିରେ କୋଠା, ଗୋଦାମ ଗୃହ, ୧୦ ପ୍ଲଟ, ୧୬.୫୬ ଲକ୍ଷ ମୂଲ୍ୟର ୮୩ ଗ୍ରାମ ସୁନା, ୭ଟି ବାଇକ।

ଭିଜିଲାନ୍ସ ଏସ୍‌ପିଙ୍କ କହିବା ଅନୁଯାୟୀ, ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ୨ଟି ପୃଥକ୍ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନଂ ୮/୨୬ ଓ ୯/୨୬ ରୁଜୁ ହୋଇଛି।

ରିପୋର୍ଟ: ନବସେତୁ ବ୍ୟୁରୋ, ସମ୍ବଲପୁର

1 thought on “ଭିମ୍‌ସାରର ୨ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ: ୪ କୋଟିରୁ ଅଧିକ ସମ୍ପତ୍ତି ଠାବ”

Leave a Comment

Your email address will not be published. Required fields are marked *

Scroll to Top