ନବସେତୁ ନ୍ୟୁଜ | ଭୁବନେଶ୍ୱରଗୁରୁବାର, ୩ ଜୁଲାଇ, ୨୦୨୬
ଭୁବନେଶ୍ୱର: ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଓଡ଼ିଶା ପାଇଁ ବଡ଼ ଖୁସି ଖବର। ଜାପାନର ଏସସିଏମଇ ଗ୍ରୁପ ଓ ଆଇଏଚଆଇ କର୍ପୋରେସନ ସହିତ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ ସହଯୋଗ ପତ୍ର ବା ଏମଓସି ସ୍ୱାକ୍ଷର କରିଛନ୍ତି। ଏହି ଦୁଇଟି ଜାପାନୀ କମ୍ପାନୀ ରାଜ୍ୟରେ ୬୭,୦୦୦ କୋଟି ଟଙ୍କା ନିବେଶ କରିବେ। ଏହା ଦ୍ୱାରା ସିଧାସଳଖ ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ତିନି ବଡ଼ ପ୍ରକଳ୍ପରେ ନିବେଶ
ଏହି ଏମଓସି ଅନୁଯାୟୀ ଓଡ଼ିଶାରେ ୩ଟି ମେଗା ପ୍ରକଳ୍ପ ସ୍ଥାପନ ହେବ:
ପ୍ରକଳ୍ପ ୧: ଗୋପାଳପୁର ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ
- କ୍ଷମତା: ୦.୪ ଏମଟିପିଏ
- ନିବେଶ: ୨୦,୦୦୦ କୋଟି ଟଙ୍କା
- ନିଯୁକ୍ତି: ୩,୪୦୦
- ଅତିରିକ୍ତ: ୧,୦୦୦ କୋଟି ଟଙ୍କା ବ୍ୟୟରେ ଜେଟି ବିହୀନ ଫ୍ଲୋଟିଙ୍ଗ୍ ଟର୍ମିନାଲ୍
ପ୍ରକଳ୍ପ ୨: ପାରାଦୀପ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ
- କ୍ଷମତା: ୦.୮ ଏମଟିପିଏ
- ନିବେଶ: ୩୪,୦୦୦ କୋଟି ଟଙ୍କା
- ନିଯୁକ୍ତି: ୩,୬୦
ପ୍ରକଳ୍ପ ୩: ପାରାଦୀପ ଗ୍ରୀନ୍ ମିଥାନଲ୍ ପ୍ଲାଣ୍ଟ
- କ୍ଷମତା: ୦.୧ ଏମଟିପିଏ
- ନିବେଶ: ୧୨,୦ କୋଟି ଟଙ୍କା
- ନିଯୁକ୍ତି: ୬୦୦
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଆଜି ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଜାପାନର ବିଜିନେସ୍ ଡେଲିଗେଟ୍ଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, “ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଦ୍ୱାରା ପରିଚାଳିତ ହେବ। ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗରେ ଓଡ଼ିଶାକୁ ଏକ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ରେ ପରିଣତ କରାଯିବ।”
ସେ ଆହୁରି କହିଲେ ଯେ ରାଜ୍ୟ ବର୍ତମାନ ସୁଦ୍ଧା ୧୨ଟି ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଏହାଦ୍ୱାରା ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ଆସିବା ସହ ୩୬ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ ଦୁଇଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ।
ଜାପାନୀ କମ୍ପାନୀଙ୍କ ପ୍ରତିକ୍ରିୟା
ଏସିଏମଇ ଗ୍ରୁପ୍ର ଚେୟାରମ୍ୟାନ୍ ମନୋଜ କୁମାର ଉପାଧ୍ୟାୟ କହିଲେ, “ସବୁଜ ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ଓଡ଼ିଶା ସବୁଠାରୁ ଅନୁକୂଳ ସ୍ଥାନ। ଭୌଗୋଳିକ ଦୃଷ୍ଟିରୁ ଓଡ଼ିଶା ଜାପାନର ଅଧିକ ନିକଟତର। ଏଠାରେ ଉତ୍ପାଦିତ ସବୁଜ ଶକ୍ତିକୁ ସହଜରେ ଜାପାନକୁ ରପ୍ତାନି କରାଯାଇପାରିବ।”
ଏହି ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ, ଟି.ଆର୍.ଏଲ୍. କ୍ରୋସାକି, ଟି.ୱାଇ.କେ. କର୍ପୋରେସନ୍, ଇଣ୍ଡୋ ନିସିନ୍, ମିତ୍ସୁବିଶି ଓ ବିଶ୍ୱ ବ୍ୟାଙ୍କ, ଆଇଏଫସି ଓ ଏଡିବିର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
*Shri Purnachandra Biswal is not just an editor; he is a dedicated social activist.*
As a propagator of Neo-humanism, he has been spreading the message of human values, equality, and justice in society.
As a nature lover, he is working to promote water conservation and environmental awareness in rural areas through environmental conservation and water conservation projects.
He has always raised his voice for the justice and protection of Dalits, the landless, and the helpless people.
As the editor of the monthly magazine *‘Nabasetu’*, he brings together literature, culture, and social awareness and delivers it to the readers.