ନବସେତୁ ନ୍ୟୁଜ୍ଭୁବନେଶ୍ୱର, ୦୫. ୦୭.୨୦୨୬
ଓଡ଼ିଶାରେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ଅଧିକ ରେକର୍ଡ ହୋଇଛି। ଜୁନ୍ ୧ ତାରିଖରୁ ଏଯାବତ ରାଜ୍ୟରେ ୨୬୫.୫ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ବାଭାବିକ ଠାରୁ ୪% ଅଧିକ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
କେଉଁ ଜିଲ୍ଲାରେ କେତେ ବର୍ଷା:
- ଅତ୍ୟଧିକ ବର୍ଷା: ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଛି।
- ଅଧିକ ବର୍ଷା: ରାଜ୍ୟର ୧ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି।
- ସ୍ବାଭାବିକ ବର୍ଷା: ଆଉ ୧ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।
- ନିଅଣ୍ଟିଆ ବର୍ଷା: ୬ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ଦେବଗଡ, ସମ୍ବଲପୁର, କଳାହାଣ୍ଡି ଓ ନବରଙ୍ଗପୁରେ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ମନୋରମା ମହାନ୍ତି କହିଛନ୍ତି।
ଆସନ୍ତାକାଲି ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ପାଇଁ ୭ଟି ଜିଲ୍ଲାକୁ ଅତ୍ୟଧିକ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହି ଜିଲ୍ଲା ଗୁଡିକ ହେଲା: ବରଗଡ, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ ଓ ସମ୍ବଲପୁର।
ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା ରହିଛି। ତେଣୁ ନଦୀର ଜଳସ୍ତର ବୃଦ୍ଧି ଏବଂ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଦେଖାଦେଇପାରେ। ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଚାଷୀ ମାନଙ୍କୁ ପାଣିପାଗ ଅନୁସାରେ କୃଷି କାର୍ଯ୍ୟ କରିବା ଏବଂ ସାଧାରଣ ଲୋକଙ୍କୁ ଅନାବଶ୍ୟକ ଭାବେ ବାହାରକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
ସୂତ୍ର: ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ୱର
ରିପୋର୍ଟ: ନବସେତୁ ନ୍ୟୁଜ୍ ବ୍ୟୁରୋ