NABASETULIVE

ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶର ନୂତନ ରାଜ୍ୟ ସଭାପତି ଭାବେ ଶପଥ ନେଲେ ଯଶୋବନ୍ତ ନାଏକବଲାଙ୍ଗିର ନୀଳମଣି ପଟେଲ ସାଂଗଠନିକ ସମ୍ପାଦକ ଭାବେ ନିର୍ଦ୍ୱନ୍ଦରେ ମନୋନୀତ

ନବସେତୁ ନ୍ୟୁଜ୍ସୁନ୍ଦରଗଡ଼, ୦୬.୦୭.୨୦୨୬

ଆଜି ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଠାରେ ଥିବା ଅଘରିଆ ଭବନରେ ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶର ପ୍ରାଦେଶିକ କାର୍ଯ୍ୟକର୍ତ୍ତା ନିର୍ବାଚନ ସମ୍ପନ୍ନ ହୋଇଯାଇଛି।

ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରତିଦ୍ୱନ୍ଦିତା ନଥିବାରୁ ଦୁଇ ଜଣ ପ୍ରମୁଖ ପଦବୀ ପାଇଁ ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଛନ୍ତି।

ନବନିର୍ବାଚିତ ପଦାଧିକାରୀ:

  1. ରାଜ୍ୟ ସଭାପତି: ଶ୍ରୀ ଯଶୋବନ୍ତ ନାଏକ, ଗାଙ୍ଗପୁର ଅଞ୍ଚଳ, ସୁନ୍ଦରଗଡ଼
  2. ସାଂଗଠନିକ ସମ୍ପାଦକ: ଶ୍ରୀ ନୀଳମଣି ପଟେଲ, ବଲାଙ୍ଗିର ଜିଲ୍ଲା

ସମାଜର ବିକାଶ ଏବଂ ସଂଗଠନକୁ ଆଗକୁ ନେବା ପାଇଁ ସେମାନେ ସଂକଳ୍ପ ନେଇଥିବା ସଭାରେ ପ୍ରକାଶ କରିଥିଲେ।

ଏହି ପ୍ରାଦେଶିକ ବୈଠକରେ ବଲାଙ୍ଗିର ଆଞ୍ଚଳିକ କମିଟିର ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲାରୁ ମୋଟ ୪୩ ଜଣ କର୍ମକର୍ତ୍ତା ଯୋଗଦେଇ ସଭାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସମାଜର ବରିଷ୍ଠ ସଦସ୍ୟମାନେ ଶୁଭେଚ୍ଛା ଜଣାଇବା ସହ ସମାଜର ସ୍ୱାର୍ଥ ପାଇଁ ଏକାଠି କାମ କରିବାକୁ ଆହ୍ୱାନ ଦେଇଥିଲେ।


ରିପୋର୍ଟ: ନବସେତୁ ବ୍ୟୁରୋ

Leave a Comment

Your email address will not be published. Required fields are marked *

Scroll to Top