ନବସେତୁ ନ୍ୟୁଜ୍ ଭୁବନେଶ୍ୱର ତାରିଖ: 19.07.2026
ଆସନ୍ତା ନୂତନ NAC ଓ ପୌରପାଳିକା ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ତାରିଖ 15.07.2026 ରେ 35ଟି ପୌରପାଳିକା ଓ ବିଜ୍ଞପ୍ତ ଅଞ୍ଚଳ ପରିଷଦ NAC ର ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ସମ୍ପର୍କିତ ଚିଠା ପ୍ରସ୍ତାବ ପ୍ରକାଶ କରାଯାଇଛି।
ଓଡିଶା ପୌର ଆଇନ, 1950 ର ଧାରା 47 ଉପଧାରା 3 ଓ 4 ଏବଂ ଓଡିଶା ପୌର ନିୟମ, 1994 ର ନିୟମ 67 ଉପନିୟମ 5 ଅନୁଯାୟୀ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଫାଇଲ ନଂ- HUD-ELE-MISC-0027-2026, ଚିଠି ନଂ- 20376
କେଉଁ ଆସନ କେଉଁ ବର୍ଗ ପାଇଁ? ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ଅନୁସୂଚିତ ଜାତି ମହିଳା ପାଇଁ – 11ଟି
- ପାତ୍ରପୁର NAC 2. ସାଲେପୁର NAC 3. ବିସମକଟକ NAC 4. ଜଗନ୍ନାଥପ୍ରସାଦ NAC 5. ତିହିଡି NAC 6. ସୋହେଲା NAC 7. ବୀରମହାରାଜପୁର NAC 8. ନରସିଂହପୁର NAC 9. ନର୍ଲା NAC 10. ସିମୁଲିଆ NAC 11. ବଦମ୍ବା NAC
ଅନୁସୂଚିତ ଜାତି ପାଇଁ – 7ଟି
- ଲୋଇସିଂହା NAC 13. ଧୁସୁରୀ NAC 14. ପାଲାଲହଡା NAC 15. ଯଶିପୁର NAC 16. ବସ୍ତା NAC 17. ଟାଙ୍ଗି NAC 18. ଛତ୍ରପୁର ପୌରପାଳିକା
ଅନୁସୂଚିତ ଜନଜାତି ମହିଳା ପାଇଁ – 7ଟି
- ଚିତ୍ରଡା NAC 20. ବାଙ୍ଗରୀପୋଷି NAC 21. କପ୍ତିପଦା NAC 22. ବେତନଟୀ NAC 23. ବାମରା NAC 24. ରେଙ୍ଗାଲି NAC 25. ବୋରିଗୁମ୍ମା NAC
ଅନୁସୂଚିତ ଜନଜାତି ପାଇଁ – 4ଟି
- ରାସଗୋବିନ୍ଦପୁର NAC 27. ଗୋଣ୍ଡିଆ NAC 28. ଜୟପାଟଣା NAC 29. ଚନ୍ଦିଖୋଲ NAC
ମହିଳାଙ୍କ ପାଇଁ – 4ଟି
- ବୌଦ୍ଧଗଡ ପୌରପାଳିକା 31. ଆସିକା ପୌରପାଳିକା 32. ଭଞ୍ଜନଗର ପୌରପାଳିକା 33. କବିସୂର୍ଯ୍ୟନଗର ପୌରପାଳିକା
ଅନାରକ୍ଷିତ – 2ଟି
- ପୋଲସରା ପୌରପାଳିକା 35. ଓଡଗାଁ NAC
ଜନସାଧାରଣଙ୍କ ପାଇଁ ସୁଯୋଗ
ବିଭାଗ କହିଛି ଯେ ଏହି ଚିଠା ପ୍ରସ୍ତାବ ଓଡିଶା ଗେଜେଟରେ ପ୍ରକାଶ ତାରିଖରୁ 15 ଦିନ ମଧ୍ୟରେ ଯେ କୌଣସି ବ୍ୟକ୍ତି ଏହା ଉପରେ ଆପତ୍ତି, ଅଭିଯୋଗ କିମ୍ବା ପରାମର୍ଶ ଦାଖଲ କରିପାରିବେ।
ଆପତ୍ତି ଦାଖଲ ଠିକଣା:
ନିର୍ଦ୍ଦେଶକ, ପୌର ପ୍ରଶାସନ
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଖାରବେଳ ଭବନ, 3ୟ ମହଲା, ୟୁନିଟ-5, ଭୁବନେଶ୍ୱର-751001
15 ଦିନ ପରେ ଆସିଥିବା ସମସ୍ତ ଆପତ୍ତିର ଯାଞ୍ଚ କରି ସରକାର ଅନ୍ତିମ ସଂରକ୍ଷଣ ତାଲିକା ପ୍ରକାଶ କରିବେ। ଏହା ପରେ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ।
ରାଜନୈତିକ ମହଲରେ ଚଳଚଳ
ସଂରକ୍ଷଣ ତାଲିକା ପ୍ରକାଶ ପରେ ରାଜ୍ୟ ରାଜନୀତିରେ ଚଳଚଳ ଆରମ୍ଭ ହୋଇଯାଇଛି। କେଉଁ ଆସନ କେଉଁ ବର୍ଗ ପାଇଁ ଗଲା ତାକୁ ନେଇ ଦଳ ଓ ଆକାଂକ୍ଷୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ସହରାଞ୍ଚଳର ବିକାଶ ଓ ସ୍ଥାନୀୟ ସ୍ୱୟଂଶାସନକୁ ସୁଦୃଢ କରିବା ଦିଗରେ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।
#OdishaPolls #NACElection #MunicipalityElection #NAC_ନିର୍ବାଚନ
ସୂଚନା ଅନୁଯାୟୀ ଏହି ବିଜ୍ଞପ୍ତିର ଏକ ପ୍ରତିଲିପି ରାଜ୍ୟ ନିର୍ବାଚନ ଆୟୋଗକୁ ମଧ୍ୟ ପଠାଯାଇଛି।