NABASETULIVE

NEET ଦୁର୍ନୀତି ନେଇ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଲା ସିଆରପିଏଫ୍NTA ଭାଙ୍ଗିବା, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସମେତ ୧୧ ଦଫା ଦାବି

ଖବର କାଗଜ | ବଲାଙ୍ଗିର, ୨୫ ଜୁଲାଇ

ବଲାଙ୍ଗିର: ନୀଟ୍ ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍, ଫଳ ପ୍ରକାଶନରେ ଅନିୟମିତା ଏବଂ ଆନ୍ଦୋଳନକାରୀ ଛାତ୍ରମାନଙ୍କ ଉପରେ ପୋଲିସ ଦମନକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଶନିବାର ଦିନ Civil Rights Protection Forum, Balangir ପକ୍ଷରୁ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୧ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବର୍ତମାନ ନୀଟ୍ ହିଁ ଦେଶର ଚିକିତ୍ସା ଶିକ୍ଷାର ଏକମାତ୍ର ପ୍ରବେଶ ପଥ। ମାତ୍ର ଏଥିରେ ହେଉଥିବା ଦୁର୍ନୀତି ଯୋଗୁଁ ଓଡ଼ିଶା ଭଳି ରାଜ୍ୟର ଗ୍ରାମାଞ୍ଚଳର ଗରିବ ଏବଂ ମେଧାବୀ ଛାତ୍ରଛାତ୍ରୀମାନେ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି। ଏହା ସମ୍ବିଧାନରେ ଥିବା ସମାନ ସୁଯୋଗ ଅଧିକାରର ସିଧାସଳଖ ଉଲ୍ଲଂଘନ।

ସ୍ମାରକପତ୍ରର ମୁଖ୍ୟ ଦାବି:

  1. NTA ର ବିଲୋପ: ୨୦୧୭ ମସିହାରେ ଗଠିତ ଜାତୀୟ ପରୀକ୍ଷା ସଂସ୍ଥା NTA କୁ ତୁରନ୍ତ NEET ପରିଚାଳନାରୁ ହଟାଇ ଅଧିକ ଜବାବଦିହିତା ସମ୍ପନ୍ନ ସରକାରୀ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଉ।
  2. ନ୍ୟାୟିକ ତଦନ୍ତ: ଗତ ୫ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ NEET ଅନିୟମିତାର ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ କରାଯାଉ।
  3. ଗଣତାନ୍ତ୍ରିକ ଅଧିକାର ରକ୍ଷା: ଦିଲ୍ଲୀ ଜନ୍ତର ମନ୍ତର ସମେତ ଦେଶର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରଙ୍କ ଉପରେ ଲାଠିଚାର୍ଜ ଓ ଦମନ ବନ୍ଦ କରାଯାଉ।
  4. କ୍ଷତିପୂରଣ ଓ ଇସ୍ତଫା: ପେପର ଲିକ୍ ଯୋଗୁଁ କ୍ଷତିଗ୍ରସ୍ତ ଛାତ୍ରଙ୍କୁ ଯଥାଯୋଗ୍ୟ କ୍ଷତିପୂରଣ ପ୍ରଦାନ କରାଯିବା ସହ ନୈତିକ ଦାୟିତ୍ୱ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦତ୍ୟାଗ କରନ୍ତୁ।
  5. ଅନ୍ୟ ଦାବି: ପରୀକ୍ଷାର ମୂଲ୍ୟାଙ୍କନରେ ସ୍ୱଚ୍ଛତା, ଛାତ୍ରଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ସହାୟତା, ମାଗଣା କୋଚିଂ ବ୍ୟବସ୍ଥା ଏବଂ ଓଡ଼ିଶାରେ ଅଧିକ ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରାଯାଉ।

ଏନେଇ ଓବିସି ମଞ୍ଚର ପ୍ରଦେଶ ସାଧାରଣ ସମ୍ପାଦକ ତଥା ବଲାଙ୍ଗିର ଜିଲ୍ଲା ସଂଯୋଜକ କହିଛନ୍ତି, “ଶିକ୍ଷାକୁ କୌଣସି ମତେ ବ୍ୟବସାୟ କରାଯାଇ ପାରିବ ନାହିଁ। ଏହା ପ୍ରତ୍ୟେକ ଛାତ୍ରର ସାମ୍ବିଧାନିକ ଅଧିକାର। ସରକାର ଯଦି ତୁରନ୍ତ ଆମ ଦାବି ଉପରେ ପଦକ୍ଷେପ ନନିଅନ୍ତି, ତେବେ ଆଗାମୀ ଦିନରେ ଆମ ଆନ୍ଦୋଳନ ଆହୁରି ଜୋରଦାର ହେବ।”

ସୂଚନା ଅନୁସାରେ ଏହି ସ୍ମାରକପତ୍ରର ପ୍ରତିଲିପି ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ପ୍ରେରଣ କରାଯାଇଛି।

Leave a Comment

Your email address will not be published. Required fields are marked *

Scroll to Top