ନବସେତୁ ନ୍ୟୁଜ୍
ଭୁବନେଶ୍ୱର: ସାଧାରଣ ଜନତାଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ତା: ୧୦/୦୮/୨୦୨୬ ରିଖ ସୋମବାର ଦିନ ସମଗ୍ର ରାଜ୍ୟରେ ବ୍ୟାପକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।
ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ @dept_ga ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଏହି ଶିବିର ଦୁଇଟି ସ୍ତରେ ଅନୁଷ୍ଠିତ ହେବ।
କେଉଁଠି ଓ କେମିତି ହେବ ଶିବିର:
- ଜିଲ୍ଲା ସ୍ତରୀୟ ଶିବିର: ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ଶିବିର ବସିବ। ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣିବେ।
- ଗ୍ରାମ ପଞ୍ଚାୟତ ସ୍ତରୀୟ ଶିବିର: ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ପୃଥକ ଶିବିର ଅନୁଷ୍ଠିତ ହେବ। ଏଥିରେ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେବେ।
କ’ଣ ନେଇ ଆସିବେ:
ଜମିଜମା, ରାସନ, ପେନ୍ସନ, ଆବାସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ସରକାରୀ ଯୋଜନା ସମ୍ବନ୍ଧୀୟ ଅଭିଯୋଗ ଥିବା ବ୍ୟକ୍ତିମାନେ ସମସ୍ତ ଆବଶ୍ୟକ କାଗଜପତ୍ର ସହ ଶିବିରରେ ଯୋଗ ଦେଇପାରିବେ।
ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଏହି ଶିବିର ସୁଯୋଗ ନେଇ ନିଜ ନିଜ ସମସ୍ୟା ଜଣାଇବା ପାଇଁ ଅନୁରୋଧ କରାଯାଇଛି।
*ରିପୋର୍ଟ: ନବସେତୁ ନ୍ୟୁଜ୍