ବଲାଙ୍ଗୀର: ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟରେ ରବିବାର ଦିନ ନବସେତୁ ନ୍ୟୁଜ୍ ତରଫରୁ “ବିଶ୍ଵ ଆଦିବାସୀ ଦିବସ” ପାଳନ କରାଯାଇଛି।
ନବସେତୁ ନ୍ୟୁଜ୍ ର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏଇ ସଭାକୁ ଆନନ୍ଦ ପଧାନ ପରିଚାଳନା କରିଥିଲେ।
ସଭାରେ ପ୍ରଦେଶୀ ବିଶ୍ଵାଲ, ସୀତାରାମ କୁମ୍ଭାର, ବୀରେନ୍ଦ୍ର ରାୟ, ଟଙ୍କଧର ଗଡତିଆ, ସରୋଜ କୁମାର ମେଶ୍ଵା, ତରଣୀ ସେନ ଦିପ ପ୍ରମୁଖ ଯୋଗଦେଇଥିଲେ।
ବକ୍ତାମାନେ ମୂଳନିବାସୀ ଓ ଆଦିବାସୀମାନଙ୍କ ଜମି-ଜଙ୍ଗଲ ଅଧିକାର, ସଂସ୍କୃତି ସଂରକ୍ଷଣ ଏବଂ ଶିକ୍ଷା-ସ୍ୱାସ୍ଥ୍ୟ ସୁବିଧା ଉପରେ ଗୁରୁତ୍ୱ ଦେଇଥିଲେ। ମିଳିତ ଜାତିସଂଘର UNDRIP 2007 ଓ ଭାରତ ସରକାରଙ୍କ FRA ଆଇନ 2006 କୁ କଡାକଡି ଭାବେ ଲାଗୁ କରିବାକୁ ସେମାନେ ଦାବି କରିଥିଲେ।
ସମ୍ପାଦକ ଶ୍ରୀ ବିଶ୍ଵାଳ କହିଲେ, “ମୂଳନିବାସୀମାନେ ଏଇ ଦେଶର ଆଦି ବାସିନ୍ଦା। ସେମାନଙ୍କ ଅଧିକାର ସୁରକ୍ଷିତ ହେଲେ ହିଁ ଦେଶର ସଂସ୍କୃତି ସୁରକ୍ଷିତ ରହିବ।”
ଶେଷରେ ମୂଳନିବାସୀଙ୍କ ଅଧିକାର ପାଇଁ ଏକଜୁଟ ହୋଇ ଲଢିବାକୁ ଆହ୍ୱାନ ଦିଆଯାଇଥିଲା।