ବୌଦ୍ଧ ଜିଲ୍ଲା ପ୍ରତିନିଧି ଆଦିତ୍ଯ ପ୍ରଧାନ
ଆମ ଗାଁ ଦୋକାନ ପରିସରରେ ଆନନ୍ଦ ପେୟ ବଣ୍ଟନ l
ବୌଦ୍ଧ ତା 11/08/26
ବୌଦ୍ଧ ଜିଲ୍ଲା ସଦର ମହକୁମା ନୂଆସାହି କୋଟ ଛକ ସ୍ଥିତ ସାରିପୁତ ମାର୍କେଟ କମ୍ପ୍ଲେକ୍ସ ଠାରେ ଆମ ଗାଁ ଦୋକାନ ଗତ ଜାନୁୟାରୀ ମାସରୁ ଆରମ୍ଭ ହୋଇ କୃଷକ ଉତ୍ପାଦକ କମ୍ପାନୀ ମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ପ୍ରକ୍ରିୟାକରଣ କରାଯାଇ ବିକ୍ରିବଟା କରାଯାଉଛି l ମାନବ ସମାଜକୁ ନିରୋଗ ରଖିବା ପାଇଁ ଜୈବିକ, ପାରମ୍ପରିକ ଉତ୍ପାଦ ବିକ୍ରି କରିବା ସହିତ ପ୍ରାକୃତିକ ଦ୍ରବ୍ୟରେ ପ୍ରସ୍ତୁତ ଆନନ୍ଦ ପେୟ ବିକ୍ରି କରିବା ଶୁଭାରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଆନନ୍ଦ ମାର୍ଗ ପ୍ରଚାରକ ସଂଘ, ବୌଦ୍ଧ ଶାଖା ତରଫରୁ ବରିଷ୍ଠ ମାର୍ଗୀ କେଦାରନାଥ ସାହୁ, ବିଦ୍ୟାଧର ସ୍ୱାଇଁ,ଆଦିତ୍ୟ ପ୍ରଧାନ,ଗିରିଶ ଚନ୍ଦ୍ର ବଘାର, ପ୍ରହ୍ଲାଦ କର୍ଣ୍ଣ, ସାମାଜିକକର୍ମୀ ଶମ୍ଭୁ ପ୍ରସାଦ ପ୍ରଧାନ,ପବିତ୍ର ମଲ୍ଲିକ ଓ କୃତ୍ତିବାସ ପଲିଆ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ l