NABASETULIVE

ଆଜି ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ତରଫରୁ ବିଶ୍ୱରେ ତାପମାତ୍ରା ବୃଦ୍ଧି ସଙ୍କଟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ପୁଇଁତଳା ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି।

ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମବଲାଙ୍ଗୀର, ୦୧/୦୯: ଆଜି ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ତରଫରୁ ବିଶ୍ୱରେ ତାପମାତ୍ରା ବୃଦ୍ଧି ସଙ୍କଟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ପୁଇଁତଳା ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସିଭିଲ୍ ସୋସାଇଟିର କର୍ମକର୍ତ୍ତା, ପୁଲିସ କର୍ମଚାରୀ, ବୁଦ୍ଧିଜୀବୀ ଓ ରେଡ୍‌କ୍ରସ୍‌ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ।ପେଟ୍ରୋଲିୟମଜାତ ଦ୍ରବ୍ୟର ବହୁଳ ବ୍ୟବହାର, କଳକାରଖାନାର ବୃଦ୍ଧି, ଜଙ୍ଗଲର ବିଲୁପ୍ତି, ଅତ୍ୟାବଶ୍ୟକୀୟ ଖଣିଜ ଖନନ ଓ ଅନ୍ୟାନ୍ୟ କାରଣ ଯୋଗୁଁ ବଢ଼ୁଥିବା ବିଶ୍ୱ ତାପମାତ୍ରା ଉପରେ ଉଦ୍‌ବେଗ ପ୍ରକାଶ କରି ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା।ଏହି ଆହ୍ୱାନର ମୁକାବିଲା ପାଇଁ ସୌରଶକ୍ତି, ପବନଶକ୍ତିର ବ୍ୟବହାର, ପ୍ଲାଷ୍ଟିକ୍ ବର୍ଜନ କରି ଜଙ୍ଗଲ ବୃଦ୍ଧି ନକଲେ ଆଗାମୀ ପିଢ଼ି ଅସୁରକ୍ଷିତ ରହିବେ ବୋଲି ମତପ୍ରକାଶ କରାଯାଇଥିଲା। ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।ସୋସାଇଟିର ଆବାହକ ଇଂ. ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୁଇଁତଳା ଥାନା ଅଧିକାରୀ ସଞ୍ଜୟ କୁମାର ରାଉତରାୟ ଯୋଗଦେଇ ଗଛ ଲଗାଇବାର ମହତ୍ତ୍ୱ ଉପରେ ବୁଝାଇ ସିଭିଲ ସୋସାଇଟି ର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ।ସଂଯୋଜକ ମନୋରଞ୍ଜନ ସାହୁ ସଭାକୁ ସଂଯୋଜନା କରି ନିକଟରେ ଘଟିଥିବା ନେପାଳର ପ୍ରାକୃତିକ ବିପର୍ଯ୍ୟୟର ଉଦାହରଣ ଦେଇ ବିଭିନ୍ନ ପଦକ୍ଷେପ ସହ ବ୍ୟାପକ ବନୀକରଣ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସଞ୍ଜୀବ ପଧାନ, ପୋଲିସ ଅଧିକାରୀ ଯୁଗଳ କିଶୋର ବିଶ୍ୱାଳ, ରେଡ୍‌କ୍ରସ୍‌ କଲେଜର ନିର୍ଦ୍ଦେଶକ ହିମାଂଶୁ ନାଏକ, ଆଇନଜୀବୀ ରତିଲାଲ ମୁଗ୍ରୀ, ସୋସାଇଟିର ସଦସ୍ୟ ଗୋପଭୂଷଣ ନାଥ, ବିମଳ ଚୋପଦାର, ଗୋବିନ୍ଦ ମିଶ୍ର, ଦିବାକର ହୋତା, ରବିନାରାୟଣ ସାହୁ, ଇଂ. ଲଳିନ୍ଦ୍ର ବେହେରା, ରଘୁନନ୍ଦନ ସିଂହ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ଶେଷରେ ମନୋରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top