NABASETULIVE

ଆଧୁନିକ ଭାରତରେ ନିଶା ବିରୋଧୀ ଆନ୍ଦୋଳନର ପ୍ରଥମ ନାୟକ ଥିଲେ ମହାତ୍ମା ଜ୍ୟୋତିରାଓ ଫୁଲେ।

ମହାତ୍ମା ଜ୍ୟୋତିରାଓ ଫୁଲେ ୧୮୭୬ ରୁ ୧୮୮୧ ପର୍ଯ୍ୟନ୍ତ ପୁନେ ମ୍ୟୁନିସିପାଲଟି ର ସଦସ୍ୟ ଭାବରେ ମୋନୋନିତ ହୋଇଥିଲେ । ସେ ସମୟରେ ସରକାର ପୁନେ ନଗରରେ ଅଧିକ ମଦ ଦୋକାନ ସଂଖ୍ୟା ବୃଦ୍ଧି କରିବା ନିମନ୍ତେ ଯୋଜନା କରିଥିଲେ । ଜ୍ୟୋତିବା ଫୁଲେ ତା ୧୮/୭/୧୮୮୦ ମସିହାରେ ପୁନେର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ Mr plunket ଙ୍କୁ ଏକ ସୁସ୍ଥ: ସମାଜ ଗଠନ ପାଇଁ ନିଶା ପ୍ରସାର ବୃଦ୍ଦିର ଆବଶ୍ୟକତା ନଥିବାରୁ , ମଦ ଦୋକାନ ଗୁଡ଼ିକ ନ ଖୋଳିବାକୁ ଏବଂ ନିଶା ମାଦକ ଦ୍ରବ୍ୟକୁ ହ୍ରାସ କରିବାକୁ ଅନୁରୋଧ କରିଥିଲେ । ଫୁଲେଙ୍କର ଏହି ମଦ ବିରୋଧି ଆନ୍ଦୋଳନ ତାଙ୍କର ବ୍ୟାପକ ସାମାଜିକ ପରିବର୍ତ୍ତନର ଏକ କାର୍ଯ୍ୟକ୍ରମ ଥିଲା । ଦେଶର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ନିଶା ମାଦକ ଦ୍ରବ୍ୟ ସେବନ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଏହାର ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀ, ରାମ ସ୍ୱାମୀ ପେରିୟାର, ଡ଼କ୍ଟର ବାବା ସାହେବ ଆମ୍ବେଦକର , ନବଦାସ ଚୌଧୁରୀ, ପ୍ରମୁଖ ମହାନ ବ୍ୟକ୍ତିତ୍ଵ ନିଶା ମୁକ୍ତ ରାଷ୍ଟ୍ର ନିର୍ମାଣ ପାଇଁ ସଂଗ୍ରାମ ଜାରି ରଖି ଥିଲେ।

Leave a Comment

Your email address will not be published. Required fields are marked *

Scroll to Top