
ବଲାଙ୍ଗୀର – ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ଗୁଡିକରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରାଯାଇଛି।
ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ମୌସୁମୀ ନାୟକ (OAS) ଙ୍କ ଦ୍ୱାରା ଜାରି ଚିଠି ନଂ HE-PTC-POLICY-0015-2026 / 53237, ତା 05/10/2026 ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ।
ନିର୍ବାଚନ କାର୍ଯ୍ୟସୂଚୀ:
୧. ୦୭.୧୦.୨୦୨୬ (ବୁଧବାର): ନିର୍ବାଚନ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ
୨. ୦୯.୧୦.୨୦୨୬ (ଶୁକ୍ରବାର, ୧୦ଟା-୧ଟା): ନାମାଙ୍କନ ପତ୍ର ଦାଖଲ
୩. ୦୯.୧୦.୨୦୨୬ (ଅପରାହ୍ନ ୨ଟା-୪ଟା): ନାମାଙ୍କନ ଯାଞ୍ଚ
୪. ୦୯.୧୦.୨୦୨୬ (୫ଟା): ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ
୫. ୧୦.୧୦.୨୦୨୬ (ଶନିବାର, ୧୦ଟା-୧ଟା): ନାମାଙ୍କନ ପ୍ରତ୍ୟାହାର
୬. ୧୦.୧୦.୨୦୨୬ (୩ଟା): ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ
୭. ୧୪.୧୦.୨୦୨୬ (ବୁଧବାର): “Why I Stand For” ସଭା
୮. ୧୫.୧୦.୨୦୨୬ (ଗୁରୁବାର, ୮ଟା-୨ଟା): ମତଦାନ
୯. ୧୫.୧୦.୨୦୨୬ (ଅପରାହ୍ନ ୨ଟା ପରେ): ଭୋଟ ଗଣତି ଓ ଫଳାଫଳ ଘୋଷଣା
୧୦. ୧୬.୧୦.୨୦୨୬ (ଶୁକ୍ରବାର, ୧୧ଟା): ଶପଥ ଗ୍ରହଣ ଉତ୍ସବ
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷାଦାନରେ ବାଧା ନ ଆସିବା ପାଇଁ ନିର୍ଧାରିତ ସମୟସୂଚୀକୁ କଡାକଡି ପାଳନ କରିବାକୁ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକାକୁ ପାଳନ କରିବାକୁ ସମସ୍ତ ଅନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି।
ରିପୋର୍ଟ: ନବସେତୁ ନ୍ୟୁଜ୍, ବଲାଙ୍ଗୀର



https://share.google/JTtX71umolgvBrMKx