NABASETULIVE

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ସେବା ଜ୍ୟୋତି ଯାତ୍ରା’ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ବଲାଙ୍ଗୀର,ଆସନ୍ତା ୧୨/୧୦/୨୦୨୬ (ନବସେତୁ ନ୍ୟୁଜ୍): ‘ସେବା ଜ୍ୟୋତି ଯାତ୍ରା’ କାର୍ଯ୍ୟକ୍ରମକୁ ସଫଳ ଓ ସୁରୁଖୁରୁରେ ଆୟୋଜନ କରିବା ପାଇଁ ଆଜି ଜିଲ୍ଲାପାଳ, ବଲାଙ୍ଗୀରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜିଲ୍ଲାପାଳ ଯାତ୍ରାର ମୂଳ ଲକ୍ଷ୍ୟ, ମହତ୍ତ୍ୱ ଓ ସରକାରଙ୍କ ସେବା ଭାବନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଯାତ୍ରା ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା, ଟ୍ରାଫିକ୍ ପରିଚାଳନା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପରିମଳ ଓ ନିରାପତ୍ତା ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିଜ ନିଜ ଦାୟିତ୍ୱ ବୁଝାଇ ଦିଆଯାଇଥିଲା –

• ସ୍ୱାସ୍ଥ୍ୟ ବିଭାଗକୁ ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ
• ପୋଲିସ ପ୍ରଶାସନକୁ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ
• ପୌର ପରିଷଦ ଓ ପଞ୍ଚାୟତ ବିଭାଗକୁ ସଫେଇ ଓ ଆଲୋକୀକରଣ
• ଶିକ୍ଷା, ଯୁବ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କୁ ଜନ ସଚେତନତା ପାଇଁ

ଜିଲ୍ଲାପାଳ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ଯାତ୍ରାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ଜିଲ୍ଲା ଶିକ୍ଷା, ସ୍ୱାସ୍ଥ୍ୟ, ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ: ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସମ୍ପାଦକ, ନବସେତୁ ନ୍ୟୁଜ୍, ବଲାଙ୍ଗୀର

Leave a Comment

Your email address will not be published. Required fields are marked *

Scroll to Top