NABASETULIVE

OUSSSC କନଷ୍ଟେବଳ ନିଯୁକ୍ତି ୨୦୨୬: ବଲାଙ୍ଗୀର ସମେତ ୨୩ ଜିଲ୍ଲାରେ SEBC କୁ ଶୂନ – ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ବଲାଙ୍ଗିର ନବସେତୁ ନ୍ଯୁଜ୍

ବଲାଙ୍ଗୀର, ୨୭ ଅକ୍ଟୋବର ୨୦୨୬: OUSSSC ବିଜ୍ଞାପନ ନଂ ୦୧-CRE-୨୦୨୬ ଅନୁଯାୟୀ କନଷ୍ଟେବଳ (ସିଭିଲ) ନିଯୁକ୍ତିରେ ବ୍ୟାପକ SEBC ଅନ୍ୟାୟ ଅଭିଯୋଗ ହୋଇଛି। ଜିଲ୍ଲା OBC ମଞ୍ଚ, ବଲାଙ୍ଗୀର ପକ୍ଷରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ OUSSSC ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରାଯାଇଛି।

ତଥ୍ୟ: ରାଜ୍ୟରେ ମୋଟ ୪୨୧୯ ପଦ ମଧ୍ୟରୁ SEBC କୁ ମାତ୍ର ୮୫ ପଦ (୨.୦୧%)। ସରକାରୀ ନିୟମ ୧୧.୨୫% ଅନୁଯାୟୀ ୪୭୪ ପଦ ମିଳିବା କଥା। ୩୫ ଜିଲ୍ଲାରୁ ୨୩ ଜିଲ୍ଲାରେ SEBC କୁ ଶୂନ। ବଲାଙ୍ଗୀର ଜିଲ୍ଲାରେ ୧୧୬ ପଦରୁ ୦ – ନିୟମ ଅନୁଯାୟୀ ୧୩ ପଦ ମିଳିବା କଥା।

ଦ୍ୱୈତ ନୀତି: କୋରାପୁଟରେ ୧୮, ମାଲକାନଗିରିରେ ୧୨, ରାୟଗଡାରେ ୧୧ ପଦ ଦିଆଯାଇଥିବା ବେଳେ ବଲାଙ୍ଗୀର, ବରଗଡ, ସମ୍ବଲପୁର, କଳାହାଣ୍ଡିରେ ଶୂନ।

ନେତୃତ୍ୱ: ସଂଯୋଜକ ସରୋଜ କୁମାର ମେଶ୍ୱା, ସଭାପତି ଶଙ୍କର ପାତ୍ର, ସାଧାରଣ ସମ୍ପାଦକ ପାର୍ଦେଶୀ ବିଶ୍ୱାଳ କହିଛନ୍ତି ଏହା ଧାରା ୧୬(୪)ର ଉଲ୍ଲଂଘନ।

ଦାବୀ:

  1. ବିଜ୍ଞାପନ ତୁରନ୍ତ ସଂଶୋଧନ
  2. ବଲାଙ୍ଗୀରରେ ୧୩ ପଦ
  3. ସମସ୍ତ ଜିଲ୍ଲାରେ ୧୧.୨୫% ଲାଗୁ
  4. ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଏହା କେବଳ ଚାକିରି ନୁହେଁ, ସାମାଜିକ ନ୍ୟାୟ ଓ ସମ୍ବିଧାନ ଅଧିକାରର ପ୍ରଶ୍ନ।

Leave a Comment

Your email address will not be published. Required fields are marked *

Scroll to Top