ନବସେତୁ ନ୍ୟୁଜ୍ | ପାଣିପାଗତା: 20.07.2026 | ସମୟ: 10:42 PM IST
ଭୁବନେଶ୍ୱର: ବାହୁଡ଼ା ଯାତ୍ରା ବେଳେ ଓଡ଼ିଶାବାସୀଙ୍କ ପାଇଁ ବଡ଼ ଖବର। ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
କ’ଣ ରହିଛି ପୂର୍ବାନୁମାନ:
- 22 ତାରିଖରୁ ବଢ଼ିବ ବର୍ଷା: ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବ।
- 24 ତାରିଖ ସୁଦ୍ଧା ଲଘୁଚାପ: ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ ଅନୁସାରେ 24 ତାରିଖ ସୁଦ୍ଧା ବଙ୍ଗୋପସାଗରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ସକ୍ରିୟ ହେଲେ ବର୍ଷା ଆହୁରି ବଢ଼ିବ।
- 25 ଯାଏ ଲାଗି ରହିବ ବର୍ଷା: ଆକଳନ ଅନୁସାରେ 25 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
- 20 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ଆସନ୍ତା 24 ଘଣ୍ଟା ପାଇଁ ରାଜ୍ୟର 20ଟି ଜିଲ୍ଲାରେ ପ୍ରବଳ ବର୍ଷା, ବଜ୍ରପାତ ଓ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
- ପୁରୀରେ ମଧ୍ୟ ବର୍ଷା: ବାହୁଡ଼ା ଯାତ୍ରା ସମୟରେ ପୁରୀରେ ମଧ୍ୟ ବର୍ଷା ହୋଇପାରେ। ତେଣୁ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତମାନଙ୍କୁ ପାଣିପାଗ ଉପରେ ନଜର ରଖି ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।
ଏବେ ରାଜ୍ୟରେ ମନସୁନ ଟ୍ରଫ୍ ଲାଇନ୍ ସକ୍ରିୟ ଥିବାରୁ ଆସନ୍ତା ଦୁଇ ଦିନ କିଛି ସ୍ଥାନରେ 100 mm କିମ୍ବା ତାଠାରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବା ଆଶଙ୍କା ଥିବାରୁ ସ୍ଥାନୀୟ ପ୍ରଶାସନ ସତର୍କ ରହିଛି।
ଏହାଛଡ଼ା 27 ରୁ 30 ତାରିଖ ମଧ୍ୟରେ ବଙ୍ଗୋପସାଗରେ ଆଉ ଏକ ସିଷ୍ଟମ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଆଜିର ଅନ୍ୟାନ୍ୟ ତଥ୍ୟ:
- ତାପମାତ୍ରା: 26°C | AQI: 109 – Moderate
- ପେଟ୍ରୋଲ: ₹102.12 | ଡିଜେଲ: ₹95.2
- 24 କ୍ୟାରେଟ୍ ସୁନା/10g: ₹1,43,490 | ରୂପା/kg: ₹2,34,100
ସତର୍କ ରୁହନ୍ତୁ, ନିମ୍ନାଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ।
WeatherUpdate #OdishaRain #BahudaYatra #LowPressure #NabsetuNews