NABASETULIVE

ସମ୍ବିଧାନ, ସାମାଜିକ ନ୍ୟାୟ ଓ ଧାର୍ମିକ ସ୍ୱାଧୀନତା ରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ 13 ଦଫା ଦାବିପତ୍ର, ବଲାଙ୍ଗୀରରୁ ସ୍ମାରକପତ୍ର ପ୍ରଦାନ

ନବସେତୁ ନ୍ୟୁଜ୍ | ଜାତୀୟ / ବଲାଙ୍ଗୀରତା: 21.07.2026 | ସ୍ମାରକ ନଂ: BMM/RMM/Memorandum/139/2026

ବଲାଙ୍ଗୀର: ଦେଶରେ ବର୍ତମାନ ଚାଲିଥିବା ସାମାଜିକ-ରାଜନୈତିକ ପରିସ୍ଥିତିରେ ସମ୍ବିଧାନର ମୌଳିକ ସିଦ୍ଧାନ୍ତ, ସାମାଜିକ ସୌହାର୍ଦ୍ୟ ଓ ନାଗରିକ ସମାନତା ଉପରେ ଆଘାତ ହେଉଥିବା ଅଭିଯୋଗ କରି “ମୂଳନିବାସୀ ବହୁଜନ ମିଳିତ ମହାସଂଘ” ଓ “ରାଷ୍ଟ୍ରୀୟ ମୁସଲିମ ମୋର୍ଚ୍ଚା” ପକ୍ଷରୁ ଆଜି ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ 13 ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସଂଗଠନ ପକ୍ଷରୁ ସଭାପତି ସରୋଜ କୁମାର ମେଶ୍ୱାମହମ୍ମଦ ଜାବେଦ ଖାଁ ଏହି ସ୍ମାରକପତ୍ର ଦାଖଲ କରିଛନ୍ତି।

13 ଦଫା ମୁଖ୍ୟ ଦାବି:

  1. AMU ର 38 ଟି ଭବନ ଭଙ୍ଗା ନୋଟିସ୍ ପ୍ରତ୍ୟାହାର: ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର 38ଟି ଭବନ ଭଙ୍ଗା ନୋଟିସ୍ କୁ ତୁରନ୍ତ ପ୍ରତ୍ୟାହାର କରିବା। ଏହା ଶିକ୍ଷା ଓ ସମ୍ପ୍ରଦାୟର ପ୍ରଗତି ବିରୋଧୀ ବୋଲି କୁହାଯାଇଛି।
  2. ସମ୍ବିଧାନ ବିରୋଧୀ ଆଇନ ପ୍ରତ୍ୟାହାର: CAA, UCC, Waqf ସଂଶୋଧନ ଆଇନ-2025 ଭଳି ଆଇନ ପ୍ରତ୍ୟାହାର କରିବା।
  3. ଧାର୍ମିକ ସ୍ୱାଧୀନତା ରକ୍ଷା: ସମ୍ବିଧାନର ଅନୁଚ୍ଛେଦ 25, 26, 27, 28, 29 ର ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବା।
  4. ମବ୍ ଲିଞ୍ଚିଂ ଓ ନକଲି ଗୋରକ୍ଷା ନାମରେ ହତ୍ୟା ବନ୍ଦ: ମୁସଲମାନଙ୍କୁ ଟାର୍ଗେଟ୍ କରି ହେଉଥିବା ହତ୍ୟା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତ ପରିବାରକୁ ନ୍ୟାୟ ଦେବା।
  5. ନିର୍ଦ୍ଦୋଷ ମୁସଲିମ ଯୁବକ ଓ ଆଲେମଙ୍କ ମୁକ୍ତି: ମିଥ୍ୟା ମାମଲାରେ ଜେଲରେ ଥିବା ମୁସଲିମ ଯୁବକ, ଛାତ୍ର ଓ ଆଲେମ-ଏ-ଦୀନଙ୍କୁ ନିରପେକ୍ଷ ତଦନ୍ତ କରି ତୁରନ୍ତ ମୁକ୍ତ କରିବା।
  6. ସାମ୍ପ୍ରଦାୟିକ ହିଂସା ନିରୋଧ ଆଇନ ଲାଗୁ: ଧର୍ମ ଆଧାରିତ ହିଂସା ରୋକିବା ପାଇଁ ସ୍ୱତନ୍ତ୍ର ଆଇନ ତୁରନ୍ତ ଲାଗୁ କରିବା।
  7. ଧାର୍ମିକ ସ୍ଥଳ ଉପରେ ଆକ୍ରମଣ ବନ୍ଦ: ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ମସଜିଦ୍, ଦରଗା, ମଦ୍ରସା, ଗିର୍ଜାଘର, ଗୁରୁଦ୍ୱାରା, ବୌଦ୍ଧବିହାର ଉପରେ ହେଉଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ତୁରନ୍ତ ବନ୍ଦ କରିବା।
  8. Places of Worship Act-1991 କଡ଼ାକଡ଼ି ଲାଗୁ: 15 ଅଗଷ୍ଟ 1947 ର ଧାର୍ମିକ ସ୍ଥଳର ସ୍ଥିତି ବଜାୟ ରଖିବା।
  9. ଅନୁଚ୍ଛେଦ 341(3) ର ପ୍ରତିବନ୍ଧକ ହଟାଇବା: ଧର୍ମ ଆଧାରରେ ଆରକ୍ଷଣରୁ ବଞ୍ଚିତ କରିବାର ବ୍ୟବସ୍ଥା ଉଠାଇବା।
  10. ଜାତି ଆଧାରିତ ଜନଗଣନା: SC, ST, OBC ଓ ମାଇନୋରିଟିଙ୍କୁ ଜନସଂଖ୍ୟା ଅନୁପାତରେ ଶାସନ, ଶିକ୍ଷା ଓ ରୋଜଗାରରେ ପ୍ରତିନିଧିତ୍ୱ ଦେବା।
  11. ମହାପୁରୁଷଙ୍କ ଅପମାନ ଉପରେ କାର୍ଯ୍ୟାନୁଷ୍ଠାନ: ହଜରତ ମହମ୍ମଦ ସାଲଲାହୁ ଅଲୈହି ୱସଲ୍ଲମ ଓ ମୂଳନିବାସୀ ମହାପୁରୁଷଙ୍କୁ ଅପମାନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ।
  12. ସଚ୍ଚର, ମିଶ୍ରା, ରଙ୍ଗନାଥ କମିଶନ ରିପୋର୍ଟ ଲାଗୁ: 1983 ରୁ 2014 ଯାଏଁ ଥିବା ରିପୋର୍ଟର ଲମ୍ବିତ ସୁପାରିଶ ତୁରନ୍ତ ଲାଗୁ କରିବା।
  13. ସାମ୍ପ୍ରଦାୟିକ ଘୃଣା ଖେଳାଉଥିବା ସଂଗଠନ ଉପରେ କଟକଣା: ଧର୍ମ ଓ ଜାତି ନାମରେ ହିଂସା ଖେଳାଉଥିବା ସଂଗଠନକୁ ଆଇନ ପରିସରକୁ ଆଣି ପ୍ରତିବନ୍ଧ ଲଗାଇବା।

ସଂଗଠନ କହିଛି ଯେ ଦେଶରେ ସମ୍ବିଧାନ, ଲୋକତନ୍ତ୍ର ଓ ସାମାଜିକ ନ୍ୟାୟ ରକ୍ଷା ପାଇଁ ଏହି ଦାବି ଗୁଡ଼ିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ୍ ସାରା ଦେଶରେ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ।

Balangir #Memorandum #SocialJustice #Constitution #NabsetuNews

1 thought on “ସମ୍ବିଧାନ, ସାମାଜିକ ନ୍ୟାୟ ଓ ଧାର୍ମିକ ସ୍ୱାଧୀନତା ରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ 13 ଦଫା ଦାବିପତ୍ର, ବଲାଙ୍ଗୀରରୁ ସ୍ମାରକପତ୍ର ପ୍ରଦାନ”

Leave a Comment

Your email address will not be published. Required fields are marked *

Scroll to Top