ନବସେତୁ (ସୋସିଆଲ୍ ମିଡିଆ ରୁ ସଂଗୃହିତ)
ଓଡିଶା ରାଜ୍ୟର ବଲାଙ୍ଗିର ଜିଲ୍ଲା ଅତି ପଛୁଆ ଜିଲ୍ଲା ଅଟେ। ବଲାଙ୍ଗିର ଜିଲ୍ଲାରେ କନ୍ଧ, ଗଣ୍ଡ, ବିଂଝାଲ, ସହରା,ସମ୍ପ୍ରଦାୟ ର ଆଦିବାସୀ ବସ ବାସ କରନ୍ତି।ଆଦିବାସୀ ମାନେ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚି ଥାନ୍ତି।
ଅନୁସୂଚିତ ଜନ ଜାତି ଏଂବ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ୱୀକୃତି )ଆଇନ ୨୦୦୬ ଲୋକ ସଭାରେ ଓ ରାଜ୍ୟ ସଭାରେ ପାଶ ହୋଇ ରାଷ୍ଟ୍ରପତି ସ୍ୱୀକୃତି ପାଇଲା ପରେ ଆଇନ ରେ ପରିଣତ ହେଲା। ଆସନ୍ତା ଡିସେମ୍ବର ମାସ ୨୦୨୬ରେ ୨୦ ବର୍ଷ ପୂରଣ ହେଉଛି। ଏହି ଆଇନ ର ମୁଖବନ୍ଧ ରେ ଆଦିବାସୀ ଙ୍କ ବାସସ୍ଥଳୀ ଓ ଜଙ୍ଗଲ ଜମି କୁ ବନ୍ଦୋବସ୍ତ କରା ନ ଯାଇ ତାଙ୍କ ପ୍ରତି ଏଇ ତିହାସିକ ଅନ୍ୟାୟ କରାଯାଇଥିଲା ବୋଲି ସରକାର ସ୍ୱୀକାର କରିଛନ୍ତି।
ବଲାଙ୍ଗିର ଜିଲ୍ଲାର, ଟିଟିଲାଗଡ଼ ଉପଖଣ୍ଡ, କଣ୍ଟାବାଞ୍ଜି ତହସିଲ, ତୁରକେଲା ବ୍ଲକ ଅନ୍ତର୍ଗତ କନ୍ଦେଇ ଗ୍ରାମ ପଂଚାୟତ ର ଯୁବମାଲ (ମୁଣ୍ଡପଡା ) ମୁଣ୍ଡା ରିଜର୍ଭ ଜଙ୍ଗଲ ରେ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନେ ପୂର୍ବ ପୁରୁଷା ନୁକ୍ରମେ ଚାଷ ଓ ବାସ କରି ରହୁଛନ୍ତି। ଗତ ତା ୮. ୬. ୨୦୨୬ରିଖ ଆଦିବାସୀ ଭୋଜରାଜ ପୁଟା ଜଙ୍ଗଲ ଜମିରେ ହଳ କରୁଥିଲେ। ବନ ବିଭାଗ ର କର୍ମଚାରୀ ମାନେ ଜଙ୍ଗଲ ଜମିରୁ ହଟେଇବା ପାଇଁ ସଂଘବଦ୍ଧ ଭାବରେ ଆସି ଗାଳିଗୁଲଜ କରି ବାଲପୁର୍ବକ ହଳ ନ କରିବା ପାଇଁ ବାରଣ କଲେ। ତେଣୁକରି ଗାଁ ଲୋକ ଓ ବନ କର୍ମଚାରୀ ସହିତ ବଚସା ହୋଇ ଥିଲା। ତାପରେ ତା ୯. ୬. ୨୦୨୬ରିଖ ବନ ବିଭାଗ ର କର୍ମଚାରୀ ମାନେ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କ ନାମରେ ତୁରକେଲା ପୋଲିସ ଷ୍ଟେସନ ରେ ମିଥ୍ୟା କେଶ କଲେ। ଆଦିବାସୀ ମାନେ ମଧ୍ୟ ପାଲଟା ଲିଖିତ ଦେଇଥିଲେ ମଧ୍ୟ ପୋଲିସ ବନ ବିଭାଗର ପ୍ରରୋଚନାରେ ମାମଲା ଦର୍ଜ କଲାନାହିଁ। ଜଙ୍ଗଲ ଅଧିକାର ଆଇନ ବିଷୟରେ ପୋଲିସ କୁ ମଧ୍ୟ ଜଣା ନାହିଁ। ଜଙ୍ଗଲ କହିଲେ ଜଙ୍ଗଲ ବିଭାଗ ହିଁ ମାଲିକ ବୋଲି ସମସ୍ତଙ୍କ ଧାରଣା ରହିଛି।ଭାରତୀୟ ନ୍ୟାୟ ସଂହିତା ୨୦୨୩ର ସଂଗୀନ ଦଫା ଏପରିକି ହତ୍ୟା ଉଦ୍ୟମ ଦଫା ଗୁଡିକ ୧୯୧(୨), ୧୯୧(୩), ୧୨୧(୧), ୧୩୨, ୨୨୧, ୩୦୩(୨], ୧୯୦(i) ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ବିରୁଦ୍ଧରେ ଲଗାଗଲା।
ଅନୁସୂଚିତ ଜନ ଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ୱୀକୃତି ) ଆଇନ ୨୦୦୬ ର ଧାରା ୪ର ଉପଧାରା ୫ଅନୁଯାୟୀ ଜଙ୍ଗଲ ଅଧିକାର ସ୍ୱୀକୃତି ଓ ଯାଞ୍ଚ ପ୍ରକ୍ରିୟା ଶେଷ ନ ହେବା ଯାଏ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ଭୋଗ ଦଖଲ କରୁଥିବା ଜଙ୍ଗଲ ଜମିରୁ ଉଛେଦ କିମ୍ବା ବିତାଡିତ କରାଯାଇପାରିବ ନାହିଁ ବୋଲି ପ୍ରବଧାନ ଥିବା ସତ୍ୱେ ବନ ବିଭାଗ ଜଙ୍ଗଲ ଅଧିକାର ଆଇନ କୁ ଖୋଲା ଖୋଲି ଭାବରେ ଉଲ୍ଲଘଂନ କରୁଛି। ଯୁବମାଲ (ମୁଣ୍ଡପଡା ଗାଁ ର ଗ୍ରାମସଭାରେ ଅନୁମୋଦନ କରାଯାଇ ବ୍ୟକ୍ତି ଗତ, ଗୋଷ୍ଠୀ ଗତ, ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଦାବୀ ଫର୍ମ ଗୁଡିକ କଣ୍ଟାବାଞ୍ଜି ତହସିଲ ର ଏଫ. ଆର. ଏ. ସେଲ ଦାଖଲ କରାଯାଇଛି। ଦାବୀ ଗୁଡିକ ବିଚରାଧୀନ ଅଛି।
ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନାଵସୀ ମାନେ ଆଗୁଆ ଜାମିନ ମିଳିବା ପାଇଁ ମାନ୍ୟବର ହାଇକୋର୍ଟ, କଟକ ର ଦ୍ୱାରସ୍ତ ହୋଇଥିଲେ। ଆଇନ ସେବା ସଂସ୍ଥା, କ୍ଲାପ କଟକ ପାଖରୁ ଆଇନ ସହାୟତା ପ୍ରଦାନ କରାଯାଇଥିଲା। ମାନ୍ୟବର କୋର୍ଟ କେଶ ର ଗମ୍ଭୀରତା ଓ ସାକ୍ଷ୍ୟ ପ୍ରମାଣ କୁ ଅନୁଧ୍ୟାନ କରି ଆଗୁଆ ଜାମିନ ମଞ୍ଜୁର କଲେ। ଅଦ୍ୟ ତା ୨୧-୮-୨୦୨୬ରିଖ ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (JMFC)କୋର୍ଟ କଣ୍ଟାବାଞ୍ଜି ଠାରେ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନେ ହାଜର ହୋଇଥିଲେ। ମାନ୍ୟବର ଜେ. ଏମ. ଏଫ. ସି କୋର୍ଟ କଣ୍ଟାବାଞ୍ଜି ହାଇକୋର୍ଟ ଙ୍କ ଆଦେଶକୁ କାର୍ଯ୍ୟକାରୀ କରି ସର୍ତ୍ତ ମୁତାବକ ଆଠ ଜଣ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କୁ ଜମାନତରେ ଛାଡିଛନ୍ତି। ସେମାନେ ହେଲେ ୧-ଚିତୃ ପୁଟା, ୨-ଲଳିତ ମାଝୀ, ୩-ଧିର ମାଝୀ, ୪-ଭାଗିରଥି ମାଝୀ, ୫-ମେଘନାଥ ବାଗ, ୬-ଲୋଚନ ବାଗ, ୭- ଚୂଡ଼ାମଣି ଆଡ଼ ଯୁଆଡ, ୮-ଗୁଣସାଗର ଆଡ଼ ଯୁଆଡ ଅଟନ୍ତି।
ଆଇନ ସେବା ସଂସ୍ଥା (କ୍ଲା ପ ) କଟକ ର ସମ୍ମାନୀୟ ସଭାପତି ଡ଼. ବିକାଶ ଦାଶ, କ୍ଲା ପ ସଂସ୍ଥାର ଆଇନ ପରାମର୍ଶଦାତା,ଆଇନ ଜୀବି ଚନ୍ଦ୍ରଦେବ ପୁରୋହିତ, କ୍ଲାପ ର ନିର୍ଦେଶକ, ଆଇନ ଜୀବି ସନ୍ତୋଷ କୁମାର ପ୍ରଧାନ, ହାଇକୋର୍ଟର ବରିଷ୍ଠ ଆଇ ନ ଜୀବି ଶ୍ରୀଯୁକ୍ତ ବିଭୂପ୍ରସାଦ ଛୁଆଲ ସିଂ ହାଇକୋର୍ଟ ରେ ଆଇନ ସହାୟତା ଦେଇଥିବା ବେଳେ କଣ୍ଟାବାଞ୍ଜି ଜେ. ଏମ. ଏଫ. ସି. କୋର୍ଟରେ ବରିଷ୍ଠ ଆଇନ ଜୀବି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଶର୍ମା, ଆଇନ ଜୀବି ତ୍ରିଲୋଚନ ପୁଞ୍ଜି, ଆଇନ ଜୀବି ସୁରଜିତ ବନଛୋର ଆଇନ ସହାୟତା ପ୍ରଦାନ କରିଥିଲେ। କ୍ଲା ପ,କଟକ ସଭାପତି ଡ଼. ବିକାଶ ଦାଶ ଓ ବରିଷ୍ଠ ଆଇନ ଜୀବି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଶର୍ମାଙ୍କୁ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି।ଗରିବ, ଆଦିବାସୀ, ଦଳିତ, ଶ୍ରମିକ, ଭୂମିହୀନ, ବିସ୍ଥାପିତ, ଶୋଶୀତ, ବଞ୍ଚିତ, ନିଷ୍ପେଶିତ, ସମାଜର ଶେଷ ଧାଡିରେ ଥିବା ସ୍ଵରହୀନ, ଦୁର୍ବଳ ବ୍ୟକ୍ତି ମାନଙ୍କର ସାମ୍ବିଧାନିକ ଅଧିକାର ପାଇଁ କ୍ଲା ପ ସହଯୋଗ କରିବ ବୋଲି ଜ଼ିନ୍ଦାବାଦ ସଂଗଠନ ର ଉପଦେଷ୍ଟା ତଥା ଆଇନ ଜୀବି ଆଶାବ୍ୟକ୍ତ କରିଥିବାର ଜଣାଯାଏ।
ଏହି ଘଟଣା ର ସମ୍ପୂର୍ଣ ତଥ୍ୟ ଦିଆଯାଇ ନାହିଁ। ଆଗକୁ ସଂଘର୍ଷ ବାକି ରହିଛି।
ବିବରଣୀ ପ୍ରସ୍ତୁତି :-ଶ୍ରୀ ତ୍ରିଲୋଚନ ପୁଞ୍ଜି, ଆଇନ ଜୀବି, ପାଟଣାଗଡ, ମୋବାଇଲ ନମ୍ବର :-9937866507,9348880611