NABASETULIVE

ବିଶେଷ ସୂଚନା: ଆସନ୍ତାକାଲି ସୋମବାର (୨୪/୦୮/୨୦୨୬) ଜିଲ୍ଲା ଓ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର

ନବସେତୁ ବ୍ରେକିଂ ନ୍ୟୁଜ୍ | ବଲାଙ୍ଗୀର
ତାରିଖ: ୨୩ ଅଗଷ୍ଟ ୨୦୨୬

@dept_ga

ସାଧାରଣ ଜନତାଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ (GA & PG Dept) ତରଫରୁ ଆସନ୍ତାକାଲି ୨୪ ଅଗଷ୍ଟ ୨୦୨୬, ସୋମବାର ଦିନ ରାଜ୍ୟବ୍ୟାପୀ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବାକୁ ଯାଉଛି।

ଏହି କ୍ରମରେ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ନିମ୍ନ ସୂଚୀ ଅନୁଯାୟୀ ଶିବିର ଅନୁଷ୍ଠିତ ହେବ।

(୧) ଜିଲ୍ଲା ସ୍ତରୀୟ ଶୁଣାଣି ଶିବିର

  • ସ୍ଥାନ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ବଲାଙ୍ଗୀର
  • ସମୟ: ସକାଳ ୧୦:୩୦ ମିନିଟରୁ
  • ଅଧ୍ୟକ୍ଷତା: ଜିଲ୍ଲାପାଳ, ବଲାଙ୍ଗୀର
  • ଉପସ୍ଥିତି: ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ – PD, DRDA, DSWO, DEO, CDMO, DWO, CSO ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ।

ଜିଲ୍ଲା ସ୍ତରରେ ଜମି ପଟ୍ଟା, ପ୍ରଧାନମନ୍ତ୍ରୀ ଆବାସ, ରାସନ କାର୍ଡ, ଭତ୍ତା, ପାନୀୟ ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ଅଭିଯୋଗର ଶୁଣାଣି କରାଯିବ।

(୨) ଗ୍ରାମ ପଞ୍ଚାୟତ ସ୍ତରୀୟ ଶିବିର

  • ସ୍ଥାନ: ଜିଲ୍ଲାର ସମସ୍ତ ୧୪ଟି ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ
  • ସମୟ: ସକାଳ ୧୦:୦୦ ମିନିଟରୁ ଦିନ ୧:୦୦ ପର୍ଯ୍ୟନ୍ତ
  • ଅଧ୍ୟକ୍ଷତା: ସମ୍ପୃକ୍ତ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO)
  • ଉପସ୍ଥିତି: BDO ଙ୍କ ନିର୍ଦ୍ଦେଶରେ ବିଭିନ୍ନ ବିଭାଗର ପଞ୍ଚାୟତ ସ୍ତରୀୟ କର୍ମଚାରୀ।

ପଞ୍ଚାୟତ ସ୍ତରରେ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର, ଜାତି-ଆୟ-ବାସିନ୍ଦା ପ୍ରମାଣପତ୍ର, ଜବ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, MGNREGA, ପିଏମ କିଷାନ ଆଦି ସମସ୍ୟାର ସମାଧାନ କରାଯିବ।

ଜନତାଙ୍କ ପାଇଁ ନିବେଦନ

୧. ଅଭିଯୋଗକାରୀ ନିଜ ଆଧାର କାର୍ଡ, ଅଭିଯୋଗ ସମ୍ବନ୍ଧୀୟ କାଗଜପତ୍ର ସହ ଶିବିରକୁ ଆସନ୍ତୁ।
୨. ଲିଖିତ ଦରଖାସ୍ତରେ ନାମ, ଗାଁ, ମୋବାଇଲ ନମ୍ବର ସ୍ପଷ୍ଟ ଲେଖନ୍ତୁ।
୩. ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ଅଭିଯୋଗର ରସିଦ ପ୍ରଦାନ କରାଯିବ ଏବଂ ୩୦ ଦିନ ଭିତରେ ସମାଧାନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯିବ।

ବିଶେଷ ଦ୍ରଷ୍ଟବ୍ୟ: ଏହା ସାଧାରଣ ଜନତାଙ୍କ ପାଇଁ ସୁବର୍ଣ ସୁଯୋଗ। ବିଶେଷ କରି SC, ST, OBC, କୃଷକ, ଶ୍ରମିକ, ମହିଳାମାନେ ନିଜ ସମସ୍ୟା ନେଇ ସିଧା ପ୍ରଶାସନ ସହ କଥା ହୋଇପାରିବେ।

ରିପୋର୍ଟ: ନବସେତୁ ନ୍ୟୁଜ୍ ଡେସ୍କ, ବଲାଙ୍ଗୀର
ସହଯୋଗ: ସରୋଜ କୁମାର ମେଶ୍ୱା, ସଂଯୋଜକ, ଓବିସି ମଞ୍ଚ

Leave a Comment

Your email address will not be published. Required fields are marked *

Scroll to Top