NABASETULIVE

ବଲାଙ୍ଗୀରରେ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚାର ବଡ ଅଭିଯାନ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନବସେତୁ ନ୍ୟୁଜ୍ – ବଲାଙ୍ଗୀର

ବଲାଙ୍ଗୀର, ତା ୦୨/୦୯/୨୦୨୬ – ଆଜି ବଲାଙ୍ଗୀର ଜିଲ୍ଲାରେ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୋର୍ଚ୍ଚାର ବଲାଙ୍ଗୀର ଜିଲ୍ଲା ଶାଖା ସଭାପତି ସରୋଜ କୁମାର ମେଶ୍ଵା ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ମୋର୍ଚ୍ଚାର ମୁଖ୍ୟ ଦାବି ଗୁଡିକ ହେଲା –

୧. ଜାତିଗତ ଜନଗଣନା ତୁରନ୍ତ କରାଯାଉ: ଦେଶରେ ଓବିସି ବର୍ଗର ପ୍ରକୃତ ଜନସଂଖ୍ୟା ଜାଣିବା ପାଇଁ ତୁରନ୍ତ ଜାତି ଭିତ୍ତିକ ଜନଗଣନା କରାଯିବା ସହ ୨୦୨୭ ଜନଗଣନାରେ ଓବିସି କଲମ ସାମିଲ କରାଯାଉ।

୨. ସଂଖ୍ୟା ଅନୁପାତରେ ପ୍ରତିନିଧିତ୍ୱ: ଜନସଂଖ୍ୟା ଅନୁସାରେ ଓବିସି ବର୍ଗକୁ ଶିକ୍ଷା, ଚାକିରି, ନ୍ୟାୟପାଳିକା ଏବଂ ସମସ୍ତ ସରକାରୀ କ୍ଷେତ୍ରରେ ପୂର୍ଣ୍ଣ ପ୍ରତିନିଧିତ୍ୱ ଦିଆଯାଉ।

୩. କଲେଜିୟମ ସିଷ୍ଟମ ରଦ୍ଦ କରାଯାଉ: ନ୍ୟାୟପାଳିକାରେ କେବଳ ଗୋଟିଏ ଜାତିର ଲୋକ ଭର୍ତ୍ତି ହେଉଥିବା କଲେଜିୟମ ବ୍ୟବସ୍ଥାକୁ ରଦ୍ଦ କରି NJAC ବା ଭାରତୀୟ ନ୍ୟାୟିକ ସେବା (IJS) ମାଧ୍ୟମରେ ନିଯୁକ୍ତି କରାଯାଉ।

୪. ବଲାଙ୍ଗୀର ଜିଲ୍ଲାରେ ଓବିସି ଛାତ୍ରାବାସ: ଜିଲ୍ଲାରେ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଏବଂ ବୃତ୍ତି ରାଶି ବୃଦ୍ଧି କରାଯାଉ।

ଏହି ଅବସରରେ ମୋର୍ଚ୍ଚାର ଜିଲ୍ଲା ସଭାପତି କହିଛନ୍ତି ଯେ, “ଆମେ ଭିକ୍ଷା ମାଗୁନାହୁଁ, ଆମେ ଆମର ସାମ୍ବିଧାନିକ ଅଧିକାର ମାଗୁଛୁ। ଯଦି ସରକାର ଆମ ଦାବି ଶୁଣିବେ ନାହିଁ, ତେବେ ଆଗାମୀ ଦିନରେ ସାରା ଓଡିଶାରେ ବଡ ଆନ୍ଦୋଳନ ହେବ।”

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବରିଷ୍ଠ ସାମାଜିକ କର୍ମୀ ଏବଂ ବହୁଜନ ଯୁବକ ମାନେ ଉପସ୍ଥିତ ଥିଲେ।

Leave a Comment

Your email address will not be published. Required fields are marked *

Scroll to Top