NABASETULIVE

ନୂଆପଡ଼ା: ନବସେତୁ ଦଶହରାରେ ବ୍ୟତିକ୍ରମ, ସିନାପାଲିରେ ହେଲା ରାବଣ ପୂଜା

ନୂଆପଡ଼ା: ନବସେତୁ ଦଶହରାରେ ବ୍ୟତିକ୍ରମ, ସିନାପାଲିରେ ହେଲା ରାବଣ ପୂଜା
ଦଶହରା ଅବସରରେ ସାରା ଦେଶରେ ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ଭାବେ ରାବଣ ପୋଡ଼ା କରାଯାଉଥିବାବେଳେ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଏକ ବ୍ୟତିକ୍ରମ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ପରମ୍ପରାଠାରୁ ସମ୍ପୂର୍ଣ୍ଣ ଅଲଗା ଭାବେ ଦଶହରା ଅବସରରେ ରାବଣଙ୍କର ପୂଜାର୍ଚନା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସିନାପାଲିର କିଛି ସ୍ଥାନୀୟ ଯୁବକ-ଯୁବତୀ ଏକତ୍ରିତ ହୋଇ ରାବଣଙ୍କର ଏକ ପ୍ରତିମୂର୍ତ୍ତି ଆଗରେ ଭକ୍ତିଭାବ ସହକାରେ ହାତ ଯୋଡ଼ି ପୂଜା କରିଛନ୍ତି। ରାବଣଙ୍କୁ ଜ୍ଞାନୀ, ମହାଜ୍ଞାନୀ ଏବଂ ଶିବଭକ୍ତ ଭାବେ ମନେକରି ଏପରି ଅନନ୍ୟ ପୂଜା କରାଯାଇଥିବା ଚର୍ଚ୍ଚା ହେଉଛି।
ସାଧାରଣତଃ ଦଶହରାରେ ରାବଣ ଦହନ ଦେଖିବାକୁ ମିଳୁଥିବାବେଳେ, ଏହି ସ୍ଥାନରେ ରାବଣ ପୂଜା କରାଯିବା ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେଲାଗିଛି ଏବଂ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ମଧ୍ୟ ଜୋର ଧରିଛି।

Leave a Comment

Your email address will not be published. Required fields are marked *

Scroll to Top