
ବଲାଙ୍ଗୀର, ୨୧.୧୦.୨୦୨୬: ବଲାଙ୍ଗୀର ପୌର ପରିଷଦ ୱାର୍ଡ ନଂ. ୧୭ ମାଲଗୋଦାମ ପଡ଼ାରେ ଆଜି ପବିତ୍ର ଅଶୋକ ବିଜୟା ଦଶମୀ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ବହୁଜନ ସମାଜ ପାର୍ଟିର ଜେନେରାଲ ସେକ୍ରେଟାରୀ ଶ୍ରୀ ପ୍ରେମାନନ୍ଦ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ତଥାଗତ ଗୌତମ ବୁଦ୍ଧ, ସମ୍ରାଟ ଅଶୋକ ଏବଂ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ସେମାନଙ୍କ ଶାନ୍ତି, ସମାନତା ଓ ନ୍ୟାୟର ବାର୍ତ୍ତା ଉପରେ ଆଲୋଚନା କରାଯାଇଥିଲା।
ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ ପରେ ଅସ୍ତ୍ର ତ୍ୟାଗ କରି ଧମ୍ମ ବିଜୟର ମାର୍ଗ ଆପଣାଇଥିଲେ ଏବଂ ଏହି ଦିନକୁ ଅଶୋକ ବିଜୟା ଦଶମୀ ରୂପେ ପାଳନ କରାଯାଉଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହେମସୁନ୍ଦର ନାଗ, ସୁଶୀଲ ଛତ୍ରିଆ, ନିକେଶ କୁମ୍ଭାର, କରମ ସିଂ ନାଗ, ସୁରେଶ କୁମ୍ଭାର, କୁଳମଣି ବିଶ୍ୱାଳ, ରାମନାଥ ବାଗ, ସୁରୁ କୁମ୍ଭାର, ସୋମନାଥ ସୁନା, ରାମନାଥ କୁମ୍ଭାର, ସମ୍ପତି ବୁଡେକ ଏବଂ ମାଲଗୋଦାମ ପଡ଼ା ଓ ବୁଡେକ ପଡ଼ାର ବହୁ ବାସିନ୍ଦା ଉପସ୍ଥିତ ଥିଲେ।
ଶେଷରେ ସାମାଜିକ ନ୍ୟାୟ ଓ ଶିକ୍ଷାର ପ୍ରସାର ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।
ରିପୋର୍ଟ: ନବସେତୁ ମାସିକ ପତ୍ରିକା, ବଲାଙ୍ଗୀର


