
ନବସେତୁ ନ୍ଯୁଜ୍ ବରଗଡ ଜିଲ୍ଲା
ତା.୨୬.୧୦.୨୦୨୬
ସୋହେଲା/ପଦ୍ମପୁର: ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ)ଙ୍କ ଜନଗଣନା ପ୍ରସଙ୍ଗକୁ ନେଇ ରାଜ୍ୟରେ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି। ଜନଗଣନାରେ ଓବିସିଙ୍କୁ ସାମିଲ୍ ନକରିବାକୁ ନେଇ ଡବଲ୍ ଇଞ୍ଜିନ ସରକାରଙ୍କ ନୀତିକୁ ସମାଲୋଚନା କରିବା ସହ ଓବିସି ସମାଜର ଜନଗଣନା କରିବାକୁ ବିଭିନ୍ନ ମହଲରୁ ଦୃଢ଼ ଦାବି ଉଠିଛି।
ସୋହେଲା, ପଦ୍ମପୁର ଓ ପାଇକମାଳ ଅଞ୍ଚଳ ସମେତ ନୃସିଂହନାଥଠାରେ କୁଲତା, ଚଷା, ଯାଦବ ଓ ଶୁଣ୍ଢି ସମାଜ ପକ୍ଷରୁ ଏହି ପ୍ରସଙ୍ଗରେ ପ୍ରତିବାଦ ଜୋରଦାର ହେବାରେ ଲାଗିଛି। ଓବିସି ସମାଜର ପ୍ରକୃତ ଜନସଂଖ୍ୟା ଆକଳନ କରିବା ସହ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିର ସଠିକ୍ ଚିତ୍ର ସାମ୍ନାକୁ ଆଣିବା ପାଇଁ ସ୍ୱତନ୍ତ୍ର ଜନଗଣନା ଆବଶ୍ୟକ ବୋଲି ଦାବି ହୋଇଛି।
ଏହି ଦାବିକୁ ସମର୍ଥନ କରି ଅମିୟ ସାହୁ, ଗତିକୃଷ୍ଣ ଭୋଇ, ଅନୀଲ ପ୍ରଧାନ, ସନ୍ତୋଷ ପଶାୟତ, ଟେକା ଚାନ୍ଦ ଡୁଏନ, ବିଜୟ କୁମାର ଖମାରୀ, ସଂକୀର୍ତ୍ତନ ପୂର୍ବା ଯାଦବ, ସାକେତ ବାଗ, ଯୁଧିଷ୍ଠିର ନାୟକ, ସରୋଜ ବାରିକ ଓ ଜୟନ୍ତୀ ବାରିକ ପ୍ରମୁଖ ଓବିସି ଜନଗଣନା କରିବାକୁ ଦୃଢ଼ ଦାବି ଜଣାଇଛନ୍ତି।
ଅନ୍ୟପକ୍ଷରେ, ପଡ଼ୋଶୀ ଛତିଶଗଡ଼ର ଓବିସି ସମାଜ ମଧ୍ୟ ସରକାରଙ୍କ ଓବିସି ସମ୍ପର୍କିତ ନୀତିକୁ ସମାଲୋଚନା କରିଥିବା ଜଣାପଡ଼ିଛି। ଓବିସି ବର୍ଗର ଲୋକଙ୍କୁ ଉପଯୁକ୍ତ ପରିଚୟ, ଅଧିକାର ଓ ନ୍ୟାୟ ପ୍ରଦାନ କରିବା ପାଇଁ ଜନଗଣନାରେ ସେମାନଙ୍କୁ ସଠିକ୍ ଭାବେ ସାମିଲ୍ କରିବା ଆବଶ୍ୟକ ବୋଲି ଦାବିକାରୀମାନେ ମତ ପ୍ରକାଶ କରିଛନ୍ତି।
ଓବିସି ଜନଗଣନା ପ୍ରସଙ୍ଗ ଆଗାମୀ ଦିନରେ ଆହୁରି ଜୋରଦାର ହେବାର ସମ୍ଭାବନା ଥିବାବେଳେ, ଏହି ଦାବି ଉପରେ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଓବିସି ମଞ୍ଚ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀମତି ରଞ୍ଜିତା ରାଣୀ ପ୍ରଧାନ ଜାତି ଭିତ୍ତିକ ଜନଗଣନା ଦାବୀ ନେଇ ଏ ପ୍ରସଙ୍ଗରେ ରଜ୍ୟ ତଥା ରାଜ୍ୟ ବାହାରେବିଭିନ୍ନ ଅଂଚଳ ଗ୍ରସ୍ତ କରୁଛନ୍ତି|


