NABASETULIVE

ପତିତପାବନ ଏକାଡେମୀରେ ପ୍ରାକୃତିକ ଚିକିତ୍ସା ସ୍ୱାସ୍ଥ୍ୟ ସଚେତନତା ଶିବିର ଜୁନ୍ ୨୬ରେ

ପତିତପାବନ ଏକାଡେମୀରେ ପ୍ରାକୃତିକ ଚିକିତ୍ସା ସ୍ୱାସ୍ଥ୍ୟ ସଚେତନତା ଶିବିର ଜୁନ୍ ୨୬ରେ ନବସେତୁ ମାସିକ ପତ୍ରିକାର ୫ମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ

ବଲାଙ୍ଗୀର: ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ବୃଦ୍ଧି ପାଇଁ ଆସନ୍ତା ଜୁନ୍ ୨୬ ତାରିଖ, ଶୁକ୍ରବାର ଦିନ ପତିତପାବନ ଏକାଡେମୀ, ବଲାଙ୍ଗୀର ପ୍ରାଙ୍ଗଣରେ ଏକ ମାଗଣା ପ୍ରାକୃତିକ ଚିକିତ୍ସା ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯିବ।

ସକାଳ ୯ଟାରୁ ଆରମ୍ଭ ହୋଇ ଏହି ଶିବିର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ। ଶିବିରେ ପ୍ରାକୃତିକ ଚିକିତ୍ସକ ଡ. ପ୍ରବିଣ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକୃତିକ ଚିକିତ୍ସା, ଜୀବନଶୈଳୀ, ଖାଦ୍ୟାଭ୍ୟାସ ଏବଂ ରୋଗ ପ୍ରତିରୋଧ ସମ୍ବନ୍ଧରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିବେ।

ନବସେତୁ ମାସିକ ପତ୍ରିକାର ପଞ୍ଚମ ବର୍ଷ ପୂର୍ତ୍ତି ଅବସରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆଧୁନିକ ଜୀବନଶୈଳୀ ଯୋଗୁଁ ବଢ଼ୁଥିବା ରୋଗବ୍ୟାଧିକୁ ରୋକିବା ପାଇଁ ପ୍ରାକୃତିକ ଚିକିତ୍ସା ଓ ସଚେତନତା ଅତ୍ୟନ୍ତ ଜରୁରୀ। ଏହି ଶିବିର ମାଧ୍ୟମରେ ସାଧାରଣ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୋଇପାରିବେ।”

ପତିତପାବନ ଏକାଡେମୀର ସ୍କୁଲ ମ୍ୟାନେଜମେଣ୍ଟ କମିଟିର ସଭାପତି ସରୋଜ କୁମାର ମେଶ୍ଵା ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ର-ଛାତ୍ରୀ, ଅଭିଭାବକ, ଆଶା କର୍ମୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କୁ ଏହି ଶିବିରେ ଯୋଗଦେଇ ଲାଭ ଉଠାଇବାକୁ ନିବେଦନ କରିଛନ୍ତି।

ଆୟୋଜକମାନେ କହିଛନ୍ତି ଯେ ଶିବିରେ ସମ୍ପୂର୍ଣ୍ଣ ମାଗଣା ରହିବ ଏବଂ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମାର୍ଗଦର୍ଶନ ସହ ବ୍ୟବହାରିକ ଟିପ୍ସ ମଧ୍ୟ ଦିଆଯିବ। ସ୍ୱାସ୍ଥ୍ୟ ସଚେତନତା ସହିତ ପ୍ରାକୃତିକ ଜୀବନଶୈଳୀ ଆପଣାଇବା ପାଇଁ ଏହା ଏକ ଉତ୍ତମ ସୁଯୋଗ ବୋଲି ସେମାନେ ମତ ଦେଇଛନ୍ତି।

2 thoughts on “ପତିତପାବନ ଏକାଡେମୀରେ ପ୍ରାକୃତିକ ଚିକିତ୍ସା ସ୍ୱାସ୍ଥ୍ୟ ସଚେତନତା ଶିବିର ଜୁନ୍ ୨୬ରେ”

  1. Nabasetu web magazine continued from this month 2026. The organisation starting a free Natural Health Treatment and tips for any diseased persons on date 26 June 2026, in the premises of Patita Paban Academy School Balangir. Participants are requested to attend form 9 AM to 12.00 Noon.
    Thanks.

  2. *ପ୍ରୋଫାଇଲ୍ : ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ*
    _ସମ୍ପାଦକ, ନବସେତୁ ମାସିକ ପତ୍ରିକା_
    _ସାମାଜିକ କର୍ମୀ, ସାହିତ୍ୟିକ ଓ ନବ୍ୟମାନବତାବାଦୀ ପ୍ରଚାରକ_

    *୧. ବ୍ୟକ୍ତିଗତ ପରିଚୟ*
    *ନାମ:* ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ
    *ଜନ୍ମ ତାରିଖ:* ୨୮/୦୫/୧୯୮୦
    *ପିତା:* ହଜାରୁ ବିଶ୍ବାଳ
    *ମାତା:* ସାବିତ୍ରୀ ବିଶ୍ବାଳ
    *ଗ୍ରାମ/ପୋଷ୍ଟ:* ଡୁଡୁକାଶିରା, ପୋଷ୍ଟ ଅଫିସ – ଝାଙ୍କରପାଲି
    *ଜିଲ୍ଲା:* ବଲାଙ୍ଗୀର, ଓଡ଼ିଶା
    *ପିନ୍ କୋଡ୍:* ୭୬୭୦୬୫

    *ଯୋଗାଯୋଗ:*
    *ମୋବାଇଲ୍:* ୯୬୯୨୩୪୧୩୭୭
    *ଇମେଲ୍:* purnachandrabiswal@gmail.com

    *କାର୍ଯ୍ୟାଳୟ ଠିକଣା:*
    ମାର୍ଫତ – ପ୍ରଦେଶୀ ବିଶ୍ବାଳ
    ନିବାସୀ – ଇନ୍ଦିରା ନଗର
    ପୋଷ୍ଟ ଅଫିସ ଓ ଜିଲ୍ଲା – ବଲାଙ୍ଗୀର
    *ପିନ୍:* ୭୬୭୦୧

    *୨. ସାମାଜିକ ଓ ସାଂସ୍କୃତିକ ଦାୟିତ୍ବ*

    – *ସଭାପତି:* ଭୂମିହୀନ ସଂଘ, ବଲାଙ୍ଗୀର
    – *ସମ୍ପାଦକ:* ବୁଢାଡଙ୍ଗର ଜଳଛାୟା ପ୍ରକଳ୍ପ, ଡୁଡୁକାଶିରା
    – *ଆଜୀବନ ସଦସ୍ୟ:* ଆଦୃତା ଶିଶୁ ସଦନ, ବଲାଙ୍ଗୀର
    – *ସଦସ୍ୟ:* ସାମାଜିକ ନ୍ୟାୟ ଓବିସି, ଏସ୍‌ଟି, ଏସ୍‌ସି ସମନ୍ୱୟ ସମିତି, ଓଡ଼ିଶା

    *୩. କାର୍ଯ୍ୟ ଓ ସାଧନା*

    ଶ୍ରୀ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ କେବଳ ଜଣେ ସମ୍ପାଦକ ନୁହଁନ୍ତି, ସେ ଜଣେ ସମର୍ପିତ ସାମାଜିକ କର୍ମୀ। ସେ ନବ୍ୟମାନବତାବାଦର ପ୍ରଚାରକ ଭାବେ ସମାଜରେ ମାନବିକ ମୂଲ୍ୟବୋଧ, ସମାନତା ଓ ନ୍ୟାୟର ବାର୍ତ୍ତା ପହଞ୍ଚାଇ ଆସୁଛନ୍ତି।

    ପ୍ରକୃତି ପ୍ରେମୀ ଭାବେ ସେ ପରିବେଶ ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳରେ ଜଳ ସଂରକ୍ଷଣ ଓ ପରିବେଶ ଚେତନା ବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି। ଦଳିତ, ଭୂମିହୀନ ଓ ଅସହାୟ ଲୋକଙ୍କ ନ୍ୟାୟ ଓ ସୁରକ୍ଷା ପାଇଁ ସେ ସର୍ବଦା ସ୍ୱର ଉଠାଇ ଆସୁଛନ୍ତି।

    ‘ନବସେତୁ’ ମାସିକ ପତ୍ରିକାର ସମ୍ପାଦକ ଭାବେ ସେ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଚେତନାକୁ ଏକାଠି କରି ପାଠକଙ୍କ ପାଖରେ ପହଞ୍ଚାଉଛନ୍ତି।

    *୪. ଜୀବନର ଲକ୍ଷ୍ୟ*

    ଶ୍ରୀ ବିଶ୍ବାଳଙ୍କ ଜୀବନର ମୂଳ ଲକ୍ଷ୍ୟ ହେଉଛି – ସମାଜର ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ନ୍ୟାୟ, ଶିକ୍ଷା ଓ ସମ୍ମାନ ପହଞ୍ଚାଇବା। ସେ ବିଶ୍ବାସ କରନ୍ତି ଯେ ମାନବତା ହିଁ ସର୍ବଶ୍ରେଷ୍ଠ ଧର୍ମ, ଏବଂ ସେହି ଆଦର୍ଶରେ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।

    _”ସମାଜ ବଦଳିବ ଯେତେବେଳେ, ପ୍ରତ୍ୟେକ ବ୍ୟକ୍ତି ନିଜକୁ ଦାୟିତ୍ବାନ ଭାବିବ।”_

Leave a Comment

Your email address will not be published. Required fields are marked *

Scroll to Top