NABASETULIVE

ତିନି ଜଳାଶୟର ପୁନରୁଦ୍ଧାର କାମ ସମୀକ୍ଷା କଲେ ଜିଲ୍ଲାପାଳ, ମଡେଲ ପୋଖରୀ କରିବାକୁ ପରାମର୍ଶ

ନବସେତୁ ନ୍ୟୁଜ, ବଲାଙ୍ଗିର

ବଲାଙ୍ଗିର, ୨୦ ଜୁନ୍ – ସହର ପରିବେଶ ବିକାଶ ଏବଂ ପକ୍ଷୀ ଆଗମନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଆଜି ବେହେରାପାଲି ଅଞ୍ଚଳର ବନ୍ଧ, କରଙ୍ଗାକଟା ବନ୍ଧ ଓ ନରସିଂହବନ୍ଧରେ ଚାଲିଥିବା ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି।

ପରିଦର୍ଶନ ସମୟରେ ପୌରାଧ୍ୟକ୍ଷା ଲିକା ସାହୁ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଏକାସାଙ୍ଗରେ ଚାଲିଥିବା ୧ଟି ଜଳାଶୟର ପୁନରୁଦ୍ଧାର କାମକୁ ପ୍ରଶଂସା କରିଥିଲେ।

ସମୀକ୍ଷା ବେଳେ ସେ କହିଥିଲେ ଯେ ଏହି ତିନୋଟି ପୋଖରୀକୁ ମଡେଲ ପୋଖରୀ ଭାବେ ବିକଶିତ କରାଯିବ। ପୋଖରୀ ଚାରିପାର୍ଶ୍ୱରେ ଅଧିକ ସବୁଜୀକରଣ, ସୌନ୍ଦର୍ଯ୍ୟକରଣ ଓ ପରିବେଶ ଅନୁକୂଳ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ସହରେ ସବୁଜ ଆଚ୍ଛାଦନ ବୃଦ୍ଧି ପାଇବା ସହ ପକ୍ଷୀଙ୍କ ଆଗମନ ବଢ଼ିବ ବୋଲି ଆଶା କରାଯାଉଛି।

ପୌର ପ୍ରଶାସନ ଓ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଏହି ସମୀକ୍ଷା ବେଳେ ଉପସ୍ଥିତ ଥିଲେ।

Leave a Comment

Your email address will not be published. Required fields are marked *

Scroll to Top