ନବସେତୁ ନ୍ୟୁଜ | ଭୁବନେଶ୍ୱରତା ୨୯/୦୬/୨୦୨୬ | ସୋମବାର
ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟ ପାଠ୍ୟପୁସ୍ତକ (ଶ୍ରେଣୀ ୧ ରୁ ୮)ରେ ପ୍ରାୟ ୨,୧୪୮ଟି ଗୁରୁତର ଭୁଲ ଓ ବିକୃତି, ନୂତନ ଶିକ୍ଷାନୀତି-୨୦୨୦ର କୁପ୍ରଭାବ ଏବଂ KG ରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ଘୋଷଣାର ପୂର୍ଣ କାର୍ଯ୍ୟକାରିତା ଦାବିରେ ଆସନ୍ତା ୧ ଜୁଲାଇ ୨୦୨୬, ବୁଧବାର ଦିନ ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ୍ଣ ଗଣଧାରଣା ଅନୁଷ୍ଠିତ ହେବ। ଭାରତ ମୁକ୍ତି ମୋର୍ଚା ଓ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା, ଓଡ଼ିଶା ପକ୍ଷରୁ ଏହି ଆନ୍ଦୋଳନର ଡାକରା ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ଏନେଇ ଭାରତ ମୁକ୍ତି ମୋର୍ଚା, ଓଡ଼ିଶା ରାଜ୍ୟ ସଭାପତି ମା. ମାଧବ ସୁନାନୀ (82495 84512) ଓ ଭାରତୀୟ ବିଦ୍ୟାର୍ଥୀ ମୋର୍ଚାର ରାଜ୍ୟ ଅଧ୍ୟକ୍ଷ ଈ. ମନୋରଞ୍ଜନ ନାଏକ (95567 30164)ଙ୍କ ଦ୍ୱାରା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ମୁଖ୍ୟ ଅଭିଯୋଗ ଓ ଦାବି:
୧. ପାଠ୍ୟପୁସ୍ତକରେ ବ୍ୟାପକ ଭୁଲ: ରାଜ୍ୟ ସରକାରଙ୍କ ବିଦ୍ୟାଳୟଗୁଡ଼ିକର (ଶ୍ରେଣୀ ୧ ରୁ ୮) ପାଠ୍ୟପୁସ୍ତକରେ ପ୍ରାୟ ୨,୧୪୮ଟି ଉଲ୍ଲେଖନୀୟ ଭୁଲ ଓ ବିକୃତି ରହିଛି। ଏଗୁଡ଼ିକ କେବଳ ସାଧାରଣ ମୁଦ୍ରଣ ଜନିତ ଭୁଲ ନୁହେଁ, ଇତିହାସ, ଭୂଗୋଳ, ବିଜ୍ଞାନ ଏବଂ ସାଂସ୍କୃତିକ ତଥ୍ୟରେ ମଧ୍ୟ ବିକୃତି ରହିଛି, ଯାହା ଓଡ଼ିଶାର ପ୍ରକୃତ ଐତିହ୍ୟକୁ ବିକୃତ କରୁଛି।
କିଛି ଉଦାହରଣ:
- ଅଷ୍ଟମ ଶ୍ରେଣୀ ବିଜ୍ଞାନ ପୁସ୍ତକ ପୃଷ୍ଠା-୩୫ରେ ଆଧୁନିକ ପର୍ଯ୍ୟାୟ ସାରଣୀ ଉପରେ ଆଲୋଚନା କରାଯାଇଛି ଓ ଚାଇନିଜ୍ ବୈଜ୍ଞାନିକ ମେଣ୍ଡେଲିଫଙ୍କ ନାମରେ ମିଥ୍ୟା ତଥ୍ୟ ଦିଆଯାଇଛି।
- ସପ୍ତମ ଶ୍ରେଣୀ ସାମାଜିକ ବିଜ୍ଞାନ ପୃଷ୍ଠା-୩୮ରେ ଭାରତର ନୃତ୍ୟ ବିଷୟରେ ଆଲୋଚନା କରି ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ‘ଓଡ଼ିଶୀ’କୁ ‘ଦକ୍ଷିଣ ଭାରତ’ର ନୃତ୍ୟ ଭାବେ ଦର୍ଶାଯାଇଛି।
- ବିଜ୍ଞାନୀ ‘ଆଇଜାକ୍ ନ୍ୟୁଟନ’ଙ୍କୁ “ମନ୍ଦିର ପାଇଁ ପୂଜାରୀ” ବୋଲି ଲେଖାଯାଇଛି।
- ଓଡ଼ିଶା ବିଧାନସଭା ସ୍ଥାନରେ କର୍ଣାଟକ ବିଧାନସଭାର ଫଟୋ ଛପାଯାଇଛି।
- ନବମ ଶ୍ରେଣୀ ସାମାଜିକ ବିଜ୍ଞାନ ପୃଷ୍ଠା-୧୮୯ରେ ଅଷ୍ଟମ ଅଧ୍ୟାୟ “ଭୂମି ଓ ଜନସଂଖ୍ୟା”ରେ ଦାରିଦ୍ର୍ୟର ସାମ୍ପ୍ରଦାୟିକ ଓ ଆଞ୍ଚଳିକ ଭାବନାର ବ୍ୟାଖ୍ୟା ଦିଆଯାଇଛି।
୨. ନୂତନ ଶିକ୍ଷାନୀତି-୨୦୨୦ ପ୍ରତ୍ୟାହାର: ଏହି ନୀତି ମାଧ୍ୟମରେ ବହୁଜନ ସମାଜକୁ ଶିକ୍ଷା ଅଧିକାରରୁ ବଞ୍ଚିତ କରି ଘରୋଇକରଣ ଓ ବ୍ୟବସାୟିକରଣ ଫାନ୍ଦରେ ଫସାଇବାର ସୁପରିକଳ୍ପିତ ଷଡ଼ଯନ୍ତ୍ର କରାଯାଉଛି। ତେଣୁ ଏହାର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରାଯାଇଛି।
୩. KG ରୁ PG ମାଗଣା ଶିକ୍ଷା: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୨ ଜୁନ୍ ୨୦୨୬ରେ କରାଯାଇଥିବା KG ରୁ PG ପର୍ଯ୍ୟନ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ମାଗଣା ଶିକ୍ଷା ଘୋଷଣାକୁ ତୁରନ୍ତ କାର୍ଯ୍ୟକାରୀ କରିବା। ବର୍ତ୍ତମାନ ମଧ୍ୟ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନାମଲେଖା ପାଇଁ ହଜାର ହଜାର ଟଙ୍କା ଆଦାୟ କରାଯାଉଛି।
୪. ଶିକ୍ଷକ ପଦବୀ ପୂରଣ: OTET, CT, http://B.Ed ଆଦି ଯୋଗ୍ୟତା ଥାଇ ମଧ୍ୟ ନିଯୁକ୍ତି ଅପେକ୍ଷାରେ ଥିବା ଆଶାୟୀଙ୍କୁ ନିଯୁକ୍ତି ଦେଇ ପ୍ରାଥମିକ ବିଦ୍ୟାଳୟରେ ୪୫,୦ରୁ ଅଧିକ, ମାଧ୍ୟମିକ ବିଦ୍ୟାଳୟରେ ୧୫,୦୦୦ରୁ ଅଧିକ ଓ ଆଦିବାସୀ ବିଦ୍ୟାଳୟରେ ୨୦୦ରୁ ଅଧିକ ଶିକ୍ଷକ ପଦବୀ ପୂରଣ କରିବା।
କାର୍ଯ୍ୟକ୍ରମ ବିବରଣୀ:
- ତାରିଖ: ୧ ଜୁଲାଇ ୨୦୨୬ (ବୁଧବାର)
- ସମୟ: ସକାଳ ୧୦:୦୦ ଘଟିକା ଠାରୁ ଅପରାହ୍ଣ ୩:୦ ଘଟିକା ପର୍ଯ୍ୟନ୍ତ
- ସ୍ଥାନ: ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ଏକାଳୀନ ଶାନ୍ତିପୂର୍ଣ ପ୍ରତିବାଦ। (ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ)
ଚେତାବନୀ
ମୋର୍ଚା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଆମେ ବ୍ୟାପକ ଯଣତାନ୍ତ୍ରିକ ପ୍ରତିବାଦ ଏବଂ ଆଇନଗତ ଉପାୟ ଅବଲମ୍ବନ କରିବାକୁ ବାଧ୍ୟ ହେବୁ। ଓଡ଼ିଶାର ଭବିଷ୍ୟତ ପିଢ଼ିର ଶିକ୍ଷାଗତ ଅଧିକାର ଏବଂ ସାଂସ୍କୃତିକ ଐତିହ୍ୟକୁ ରକ୍ଷା କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଛି।
ରିପୋର୍ଟ: ନବସେତୁ ନ୍ୟୁଜ ବ୍ୟୁରୋ