NABASETULIVE

ଝାରସୁଗୁଡ଼ା ଜିଲ୍ଲା ଓବିସି ସଂଘର କ୍ୟାଡ଼ର ତାଲିମ ଶିବିର ଅନୁଷ୍ଠିତ

ନବସେତୁ ନ୍ୟୁଜ୍କୋଲାବିରା, ୦୬.୦୭.୨୦୨୬

ଝାରସୁଗୁଡ଼ା ଜିଲ୍ଲା ଓବିସି ସଂଘର ଏକ ଦିନିଆ କ୍ୟାଡ଼ର ତାଲିମ କାର୍ଯ୍ୟକ୍ରମ ଆଜି କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ସଭାପତି ବିରଞ୍ଚି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ ଶିବିରେ ଓବିସି ସଂଘର ରାଜ୍ୟ ସଭାପତି ଶଙ୍କର କୁମାର ପାତ୍ର ଏବଂ ରାଜ୍ୟ କୋଷାଧ୍ୟକ୍ଷ ପ୍ରଦେଶି ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ।

ଏହି ଅବସରେ ଅତିଥିମାନେ ସମଗ୍ର ରାଜ୍ୟରେ ଓବିସି ସଂଘକୁ ସୁଦୃଢ଼ କରିବା ପାଇଁ ସମସ୍ତ କର୍ମୀ ପ୍ରତିଜ୍ଞାବଦ୍ଧ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସଂଘର ଲକ୍ଷ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସେମାନେ ବିସ୍ତୃତ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଗୋପୀନାଥ ବେହେରା, କୋଲାବିରା ବ୍ଲକ ସଭାପତି ସିର୍ଯୁ ଖମାରୀ, ଲଇକେରା ବ୍ଲକ ଉପଦେଷ୍ଟା ଗଣ୍ଡାରାମ ବେହେରା ସମେତ ଚେତାନ୍ଦ ପଟେଲ, ତୁଲାରାମ ସେନାପତି, ତୁଲେଶ୍ୱର ପଟେଲ, ନଳୀନ କୁମାର ପଟେଲ, ବିନୋଦ ବିହାରୀ ନାୟକ ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ରହି ନିଜ ମତାମତ ରଖିଥିଲେ।

ଏହି ତାଲିମରେ ସବ୍ୟସାଚୀ ନାୟକ, ଶ୍ରୀରାମ ପଟେଲ, ବିହାରିଲାଲ ନାୟକ, ଭୋଜରାମ ପଟେଲ, ଅଶୋକ ସାହୁ, ଡୋଳାମଣି ପ୍ରଧାନ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଓବିସି ସଦସ୍ୟ ଯୋଗ ଦେଇଥିଲେ। ସମାସିଂହା ପଞ୍ଚାୟତ ଓବିସି ସଂଘ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ।


ରିପୋର୍ଟ: ନବସେତୁ ବ୍ୟୁରୋ, କୋଲାବିରା_
#ଝାରସୁଗୁଡ଼ା #ଓବିସିସଂଘ #କୋଲାବିରା #ନବସେତୁନ୍ୟୁଜ୍

Leave a Comment

Your email address will not be published. Required fields are marked *

Scroll to Top