NABASETULIVE

ଭାବ ବର୍ଷାରେ ଭିଜିଲେ ଭକ୍ତ, ବଲାଙ୍ଗିରେ ଶ୍ରଦ୍ଧାର ସହ ସମ୍ପନ୍ନ ହେଲା ରଥଯାତ୍ରା l

ନବସେତୁ ନ୍ୟୁଜ୍ ବଲାଙ୍ଗୀର :

ବଲାଙ୍ଗିର: ଲଗାତାର ବର୍ଷାକୁ ଖାତିର ନକରି ଭକ୍ତି ଓ ଶ୍ରଦ୍ଧାର ସହ ଆଜି ବଲାଙ୍ଗିର ଜିଲ୍ଲାରେ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି। ଜିଲ୍ଲାର ପ୍ରମୁଖ ମନ୍ଦିର ସମେତ ସମସ୍ତ ସ୍ଥାନରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି।

ବଲାଙ୍ଗିର ସହର ଦୃଶ୍ୟ
ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ, ପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରଥରେ ବସାଇ ଟଣା ଯାଇଥିଲା। ସାହା ମନ୍ଦିର, ଜଗନ୍ନାଥ ପଜା ମନ୍ଦିର, ଚାନ୍ଦ ମନ୍ଦିର ଓ ଗୋପବନ୍ଧୁ ଛକ ସ୍ଥିତ ଜଗନ୍ନାଥ ମନ୍ଦିରରୁ ମଧ୍ୟ ରଥ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲା।

କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଓ ଜିଲ୍ଲାପାଳ ଆଲୋକ ପାଡେଇ ପ୍ରମୁଖ ଯୋଗଦେଇଥିଲେ। ଭକ୍ତଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଓ ସୂଚନା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ନାଟ୍ୟଭୂଷଣ ସଦାନନ୍ଦ ଛୁରିଆ, ସଞ୍ଜୟ ଠାକୁର, ବିଜୟ ରୂପାଠୀ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅନ୍ୟ ଖବର ସଂକ୍ଷେପରେ

  1. ଖୁଜେନପାଲି ଫାଟକରେ ହେବ ROB: ଦୀର୍ଘ ଦିନର ଦାବି ପରେ ପୂର୍ବତଟ ରେଳପଥ ଖୁଜେନପାଲି ଫାଟକ ଉପରେ ଓଭରବ୍ରିଜ୍ ନିର୍ମାଣ ପାଇଁ ମିଳିତ ସ୍କେଚ୍ ପ୍ରସ୍ତୁତ ହୋଇଛି। DPR ପାଇଁ ଟେଣ୍ଡର ହୋଇସାରିଛି।
  2. ସାର ଅଭାବ ଓ କଳାବଜାରୀ: ପୁଇଁନ୍ତଲା ବ୍ଳକ ଅଞ୍ଚଳରେ ସାର ଅଭାବ ଓ କଳାବଜାରୀ ଯୋଗୁଁ ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ର ସମସ୍ୟା ସମାଧାନ ପାଇଁ ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଛନ୍ତି।
  3. ଡ୍ରେନ୍ କଲଭର୍ଟ ମୁକୁଳା: ପାଟଣା ଛକରେ ଡ୍ରେନ୍ କଲଭର୍ଟ ମୁକୁଳା ପଡିଥିବାରୁ ଦୁର୍ଘଟଣା ଆଶଙ୍କା ଦେଖାଦେଇଛି। ତୁରନ୍ତ ଆଚ୍ଛାଦନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
  4. ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ: ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଛି ବୋଲି ଅଭିଯୋଗ ହୋଇଛି।

Leave a Comment

Your email address will not be published. Required fields are marked *

Scroll to Top