ବଲାଙ୍ଗିର ର ୪ କଳାକାର ସାଂସ୍କୃତିକ ଗବେଷକ ମନୋନିତ
ବଲାଙ୍ଗିର,ତା.୧୫.୦୬.୨୬- କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ବଲାଙ୍ଗିର ମାଟିର ଦୁଇ ଜଣ ବରିଷ୍ଠ କଳାକାର ଯଥା ଡ. ଅର୍ଜୁନ ମୁଗ୍ରୀ ଏବଂ ଲୋକନାଥ ସିଂ ବରିଷ୍ଠ ସଂସ୍କୃତି ଗବେଷକ ଭାବରେ ମନୋନିତ ହୋଇଛନ୍ତି । ସେହିପରି ସୁମିତ୍ର ଭୋଇ ଓ କଳ୍ପନା ଭ୍ୟାସ କନିଷ୍ଠ ସଂସ୍କୃତି ଗବେଷକ ଭାବରେ ମନୋନିତ ହୋଇଛନ୍ତି । ସର୍ବ ଭାରତୀୟ ସ୍ତରରେ ୨୦୦ ଜଣ କଳାକାରଙ୍କୁ ଚୟନ କରାଯାଇଥିବା ଚିଠା ପ୍ରକାଶ ପାଇଛି । ଯେଉଁଥିରେ ବଲାଙ୍ଗିର ଦୁଇ ଜଣ କଳାକାର ଦିର୍ଘ ଦିନରୁ କଳା ପ୍ରତି ସମର୍ଥିତ ଏବଂ କଳା ଜଗତରେ ନିଜକୁ ଜଡିତ କରି ରଖିଥିବା ଦକ୍ଷତା ଆଧାରରେ ବରିଷ୍ଠ ସଂସ୍କୃତି ଗବେଷକ ଭାବରେ ମନୋନିତ ହୋଇଛନ୍ତି ଏବଂ କନିଷ୍ଠ ବିଭାଗରେ ଦୁଇ କଳାକାର ଲୋକ ନୃତ୍ୟ ରେ ପାରଦର୍ଶିତା କରିଥିବାରୁ ତାଙ୍କୁ ମଧ୍ୟରେ କନିଷ୍ଠ ସଂସ୍କୃତି ଗବେଷକ ଭାବରେ ମନୋନିତ କରାଯାଇଅଛି । ତେଣୁ ବଲାଙ୍ଗିର ର କଳାକାର ମହଲ ତଥା କଳା ପ୍ରେମୀମାନଙ୍କ ଠାରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।
ବହୁତ ସୁନ୍ଦର, ଆଗକୁ ଗବେଷଣା ଜାରି ରହୁ।