ନବସେତୁ ବ୍ୟୁରୋ, ବରଗଡ଼
ବରଗଡ଼ – ଲାଞ୍ଚ ଗ୍ରହଣ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦାୟର ହୋଇଥିବା ମାମଲାରେ ବରଗଡ଼ ସଦର ରେଞ୍ଜର ପୂର୍ବତନ ଅବକାରୀ ଇନ୍ସପେକ୍ଟର ଇନ୍ଦ୍ରଜିତ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।
କୋର୍ଟ ତାଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦,୦ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
କ’ଣ ଥିଲା ମାମଲା
ଜଣେ ଅଭିଯୋଗକାରୀ ନିଜ ତେଜରାତି ଦୋକାନରେ ବିନା ଲାଇସେନ୍ସରେ ମହୁଲ ଫୁଲ ବିକ୍ରି କରୁଥିଲେ। ଏହି ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଅବକାରୀ ମାମଲା ରୁଜୁ ନକରିବା ପାଇଁ ଇନ୍ଦ୍ରଜିତ ସାହୁ ଲାଞ୍ଚ ମାଗିବା ସହ ଗ୍ରହଣ କରିଥିଲେ ବୋଲି ଭିଜିଲାନ୍ସ ତଦନ୍ତରେ ପ୍ରମାଣିତ ହୋଇଥିଲା।
ଏହି ଆଧାରେ ଓଡ଼ିଶା ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନ, ୧୯୮ର ଧାରା ୧୩(୨), ୧୩(୧)(ଡି) ଏବଂ ଧାରା ୭ ଅନୁଯାୟୀ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଦୀର୍ଘ ବିଚାର ପ୍ରକ୍ରିୟା ପରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ପେନସନ୍ ଉପରେ ପଡ଼ିବ ପ୍ରଭାବ
ଅବକାରୀ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବା ଇନ୍ଦ୍ରଜିତ ସାହୁ ବର୍ତ୍ତମାନ ଅବସର ଗ୍ରହଣ କରିସାରିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ଅବସରକାଳୀନ ପେନସନ୍ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହି ରାୟ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଦୁର୍ନୀତି ବିରୋଧରେ ଏକ କଡ଼ା ବାର୍ତ୍ତା ଦେଇଛି ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି।