NABASETULIVE

ରାଜ୍ୟର କଲେଜ-ବିଶ୍ୱବିଦ୍ୟାଳୟରେ ୧୦,୩୭୨ ସ୍ନାତକ ସିଟ୍ ବୃଦ୍ଧି କଲେ ରାଜ୍ୟ ସରକାର

ରାଜ୍ୟର କଲେଜ-ବିଶ୍ୱବିଦ୍ୟାଳୟରେ ୧୦,୩୭୨ ସ୍ନାତକ ସିଟ୍ ବୃଦ୍ଧି କଲେ ରାଜ୍ୟ ସରକାର
୨୦୨୬-୨୭ ଶିକ୍ଷାବର୍ଷରୁ ଲାଗୁ ହେବ ନୂଆ ସିଟ୍; ସାମ୍‌ସ୍ ପୋର୍ଟାଲରେ ଅଦ୍ୟତନ ସୂଚନା

ଭୁବନେଶ୍ୱର, ୧୯ ଜୁନ ୨୦୨୬: ଉଚ୍ଚଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ବଢୁଥିବା ଆଗ୍ରହ ଓ ସିଟ୍ ଅଭାବ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ମୋଟ୍ ୧୦,୩୭୨ଟି ସ୍ନାତକ (UG) ସିଟ୍ ବୃଦ୍ଧି କରିବାକୁ ଅନୁମୋଦନ ମିଳିଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧,୨୧୬ଟି ସିଟ୍ ଏବଂ ସରକାରୀ କଲେଜଗୁଡ଼ିକରେ ୪,୬୮୪ଟି ସିଟ୍ ବୃଦ୍ଧି କରାଯାଇଛି। ସେହିପରି ୪୮-ବର୍ଗର ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ୩,୪୧୬ଟି ଏବଂ ୬୨-ବର୍ଗର ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ୧,୦୫୬ଟି ସିଟ୍ ବଢ଼ାଯାଇଛି।

ବିଭାଗ କହିଛି, ନାମଲେଖା ସମୟରେ ଅନେକ ଲୋକପ୍ରିୟ ବିଷୟରେ ସିଟ୍ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ବର୍ଦ୍ଧିତ ସିଟ୍ ସଂଖ୍ୟା ଦ୍ୱାରା ଅଧିକ ଛାତ୍ରଛାତ୍ରୀ ନିଜ ପସନ୍ଦର ବିଷୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ। ଚଳିତ ନାମଲେଖା ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗର ସାମ୍‌ସ୍ (SAMS) ପୋର୍ଟାଲରେ ପରିବର୍ତ୍ତିତ ସିଟ୍ ସଂଖ୍ୟାକୁ ସାମିଲ କରାଯାଇସାରିଛି।

ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏହି ପଦକ୍ଷେପ ରାଜ୍ୟରେ ଉଚ୍ଚଶିକ୍ଷାର ସୁଯୋଗ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

Leave a Comment

Your email address will not be published. Required fields are marked *

Scroll to Top