NABASETULIVE

ବଲାଙ୍ଗିରେ ସଂକୀର୍ତ୍ତନ କଳା ସଂସ୍କୃତି ମହାସଙ୍ଘ ଟ୍ରଷ୍ଟ ଲୋଗୋ ଉନ୍ମୋଚନ*

ନବସେତୁ ନ୍ୟୁଜ, ବଲାଙ୍ଗିର

ବଲାଙ୍ଗୀର, ୨୧ ଜୁନ୍* – ବଲାଙ୍ଗିର ଜିଲା ସଂକୀର୍ତ୍ତନ୍ୟ କଳା ସଂସ୍କୃତି ମହାସଙ୍ଘ ଟ୍ରଷ୍ଟର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ସୁଦପଡ଼ା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଜିଲାର ୧୪ଟି ବ୍ଲକରୁ ୧୦ଟି ସଂକୀର୍ତ୍ତନ୍ୟ ଦଳର ଶତାଧିକ କଳାକାର ଯୋଗ ଦେଇଥିଲେ। ଅତିରିକ୍ତ ଜିଲାପାଳ ପବିତ୍ର ବେହେରା ମୁଖ୍ୟ ଅତିଥି, ଜିଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସତ୍ୟନାରାୟଣ ଭୋଇ, ଗୁରୁ ପରମାନ୍ଦ ମାଝି, ଦୁର୍ଗା ପ୍ରସାଦ ବେହେରା, ରାକେଶ ଦୋରା, ଅରୁଣ ରଣା ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଲୋଗୋ ଉନ୍ମୋଚନ କରିଥିଲେ।

ପ୍ରଭଞ୍ଜନ ମାଝୀ, ବିରଞ୍ଚି ମହାପାତ୍ର, ନରେନ୍ଦ୍ର ବାରିକ, ମାନିନି ବାଗ, ମାର୍କଣ୍ଡ ବାଗ, ଗଦାଧର ଦଣ୍ଡସେନା, ବିଶି ବିଶ୍ୱାଳ, ବିଭୀଷଣ ପୂଝାରୀ, ସହଦେବ ପଣ୍ଡା, ସୁଦାମ ସାହୁ, ଚଉବନ ବାଗ, ସୁଦାମ ବାଗ ପ୍ରମୁଖ କଳାକାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସଙ୍ଘ ସଭାପତି ତଥା ରାଷ୍ଟ୍ର ସଂଗଠକ ଜିତେନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top