NABASETULIVE

ଶାହୁଜୀ ମହାରାଜାଙ୍କ ଜୟନ୍ତୀ ପାଳିତ, ନବସେତୁ ଓ୍ୱେବ୍ ପୋର୍ଟାଲ ଉଦଘାଟିତ

ଶାହୁଜୀ ମହାରାଜାଙ୍କ ଜୟନ୍ତୀ ପାଳିତ, ନବସେତୁ ଓ୍ୱେବ୍ ପୋର୍ଟାଲ ଉଦଘାଟିତ

ଆଜି ସ୍ଥାନୀୟ ପତିତପାବନ ଏକାଡେମୀ ପରିସରରେ ଶାହୁଜୀ ମହାରାଜାଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ‘ନବସେତୁ’ ପତ୍ରିକାର ଷଷ୍ଠ ବାର୍ଷିକ ଉତ୍ସବ ପାଳନ ସହିତ ନବସେତୁର ନୂତନ ଓ୍ୱେବ୍ ପୋର୍ଟାଲ ମଧ୍ୟ ଉଦଘାଟିତ ହୋଇଛି।

କାର୍ଯ୍ୟକ୍ରମ ଓ ଉପସ୍ଥିତି:
ଆୟୋଜିତ ଉତ୍ସବରେ ନବସେତୁ ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ପ୍ରକାଶକ ପ୍ରଦେଶୀ ବିଶ୍ୱାଳ, ଜେଡିଭିଏମ ସଭାପତି ନଟରାଜ ନାଗ, କୁଲୁତା ସମାଜ ସଭାପତି ଇଞ୍ଜିନିୟର ବେଲାର ସିଂ ଭୋଇ, ସହରାଞ୍ଚଳ କୁଲୁତା ସମାଜ ସଭାପତି ଶଙ୍କର୍ଷଣ ପ୍ରଧାନ ଓ ବିଶିଷ୍ଟ ଡାକ୍ତର ପ୍ରବୀଣ ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।

ଅତିଥିମାନେ ନବସେତୁ ପତ୍ରିକାର ଉତ୍ତରୋତ୍ତର ଉନ୍ନତି କାମନା କରି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଡାକ୍ତର ପ୍ରବୀଣ ନନ୍ଦ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଦ୍ୱାରା ବିଭିନ୍ନ ଦୁରାରୋଗ୍ୟ ବ୍ୟାଧି କିପରି ଦୂର କରାଯାଇପାରିବ ସେ ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ବୁଝାଇ ଥିଲେ।

ସମ୍ବର୍ଦ୍ଧନା:
ସାମାଜିକ ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ସମ୍ମାନିତ ବ୍ୟକ୍ତିମାନେ ହେଲେ: ଡାକ୍ତର ଅର୍ଜୁନ ମୁଗ୍ରି, ସୂଚନା ଅଧିକାର କର୍ମୀ ନୀଳମଣି ଯୋଷୀ, ନାରୀ ନେତ୍ରୀ ସବିତା ନନ୍ଦ, ସ୍ୱେଚ୍ଛାସେବୀ ସୁରେଶ ଚନ୍ଦ୍ର କମ୍ପ, ଅକ୍ଷୟ ପ୍ରଧାନ ଏବଂ ବ୍ରଜ ଭୂଷଣ ସାଏ।

କାର୍ଯ୍ୟକ୍ରମକୁ ସରୋଜ କୁମାର ମେଶ୍ୱା ସଂଯୋଜନା କରିଥିବା ବେଳେ ତରଣୀସେନ ଦିପ ଧନ୍ୟବାଦ ଅର୍ପଣ କରିଥିଲେ। ପତିତପାବନ ଏକାଡେମୀର ଅଭିଭାବକ, ଛାତ୍ରଛାତ୍ରୀ ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ।

ରିପୋର୍ଟ: ନବସେତୁ ସମ୍ବାଦଦାତା, ବଲାଙ୍ଗୀର

2 thoughts on “ଶାହୁଜୀ ମହାରାଜାଙ୍କ ଜୟନ୍ତୀ ପାଳିତ, ନବସେତୁ ଓ୍ୱେବ୍ ପୋର୍ଟାଲ ଉଦଘାଟିତ”

  1. ଧନ୍ୟବାଦ ନବସେତୁ ପତ୍ରିକା ର ସମ୍ପାଦକ ପୂର୍ଣଚନ୍ଦ୍ର ବିଶ୍ଵାଲ ପ୍ରକାଶକ ପ୍ରଦେଶୀ ବିଶ୍ଵାଲ ସାର୍।

Leave a Comment

Your email address will not be published. Required fields are marked *

Scroll to Top