ମହେଶ ଦୀକ୍ଷିତ ହେଲେ ଇଣ୍ଟେଲିଜେନ୍ସ ବ୍ୟୁରୋ ମୁଖ୍ୟ
୧୯୩ ବ୍ୟାଚ୍ ଆନ୍ଧ୍ର ପ୍ରଦେଶ କ୍ୟାଡରର ଆଇପିଏସ୍ ଅଫିସର ମହେଶ ଦୀକ୍ଷିତଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ମୁଖ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। କ୍ୟାବିନେଟ୍ ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ସେ ବର୍ତମାନ ଆଇବିର ସ୍ୱତନ୍ତ୍ର ନିର୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି।
ଦୀକ୍ଷିତଙ୍କର ଆଭ୍ୟନ୍ତରୀଣ ସୁରକ୍ଷା, ଆତଙ୍କବାଦ ବିରୋଧୀ ଅପରେସନ ଏବଂ ଗୁଇନ୍ଦା କାର୍ଯ୍ୟ ପରିଚାଳନାରେ ବ୍ୟାପକ ଅଭିଜ୍ଞତା ରହିଛି। ବର୍ତମାନର ମୁଖ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଦାୟିତ୍ୱ ଗ୍ରହଣ କରିବେ।
ରିପୋର୍ଟ: ନବସେତୁ ସମ୍ବାଦଦାତା