ଜିଲ୍ଲା ଦଳିତ ସମାଜର ଜରୁରୀକାଳୀନ ବୈଠକ ଆଜି
ମୁରିବାହାଲ ଘୁଷୁରାମୁଣ୍ଡା ସମସ୍ୟାର ସମାଧାନ ପାଇଁ ବିଶେଷ ଆଲୋଚନା
ଜିଲ୍ଲା ଦଳିତ ସମାଜ, ବଲାଙ୍ଗୀର ପକ୍ଷରୁ ଆଜି ସନ୍ଧ୍ୟା ୬.୦୦ ଘଣ୍ଟା ସମୟରେ ଡ଼ ବି. ଆର. ଆମ୍ବେଦକର କ୍ଲବ, ଗେଟସରୋବର ପଡ଼ା ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବ।
ଜିଲ୍ଲା ଦଳିତ ସମାଜର ଆହ୍ୱାନ କ୍ରମେ ଜିଲ୍ଲାର ସମସ୍ତ SC, ST, OBC ବର୍ଗର ସମାଜସେବୀ, ନେତୃମଣ୍ଡଳୀ ତଥା ଆଗଧାଡ଼ିର ସାମାଜିକ କର୍ମୀମାନଙ୍କୁ ଏହି ବୈଠକରେ ନିମନ୍ତ୍ରଣ କରାଯାଇଛି।
ଆଲୋଚ୍ୟ ବିଷୟ: ମୁରିବାହାଲ ବ୍ଲକ ଅନ୍ତର୍ଗତ ଘୁଷୁରାମୁଣ୍ଡା ଗ୍ରାମରେ ଉପୁଜିଥିବା ସମସ୍ୟାର ସମାଧାନ।
ଜିଲ୍ଲା ଦଳିତ ସମାଜ ପକ୍ଷରୁ ସମସ୍ତ ଆମନ୍ତ୍ରିତ ସଦସ୍ୟଙ୍କୁ ବିଷୟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉକ୍ତ ବୈଠକରେ ଜରୁରୀ ଭାବେ ଉପସ୍ଥିତ ରହିବାକୁ ବିନମ୍ର ଅନୁରୋଧ କରାଯାଇଛି।
ରିପୋର୍ଟ: ନବସେତୁ ସମ୍ବାଦଦାତା, ବଲାଙ୍ଗୀର